ଗୁଣପୁର ମଣ୍ଡଳ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ 100 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜିତ l

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ମଣ୍ଡଳ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ 100 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଆୟୋଜିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘ ର 100 ବର୍ଷ ଯାତ୍ରା ର ଗାଥା ସ୍ମରଣ କରିବା ସହ ସ୍ୱଦେଶୀ, କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସ, ପର୍ଯ୍ୟlବରଣ ସୁରକ୍ଷା, ନାଗରିଜ କର୍ତ୍ତବ୍ୟ ଭଳି ପଞ୍ଚପରିବର୍ତନ ର ସଂକଳ୍ପ ସହ ବର୍ଷ ତମାମ ବିଭିନ୍ନ କାର୍ଯ୍ୟ କ୍ରମ କରିବା ଯୋଜନା କୁ ଆଖି ଆଗରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ,, ମୁଖ୍ୟବକ୍ତା ଭାବେ ଆର ଚକ୍ରଧର ଙ୍କ ସହ ଜିଲ୍ଲା ସଙ୍ଘ ଚାଳକ ନନ୍ଦିକେଶ୍ୱର ଚୌଧୁରୀ, ଖଣ୍ଡ ସଙ୍ଘ ଚାଳକ କୁଞ୍ଜ ବିହାରୀ କଂସ ବେହେରା ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାମୁହିକ ଗୀତ ରବୀନ୍ଦ୍ର ନାଥ ପଣ୍ଡିତ ଗାନ କରିଥିବା ବେଳେ ବ୍ୟକ୍ତିଗତ ଗୀତ ଦେବୀ ମିଶ୍ର ଗାନ କରିଥିଲେ l ସଙ୍ଘ ସୁବାଶିତ କୌଶିକ କଂସ ବେହେରା କହିଥିଲେ ଏବଂ ମୁଖ୍ୟ ଶିକ୍ଷକ ଦାୟିତ୍ୱ ଦଣ୍ଡପାଣି ଭୂୟାଁ ନିର୍ବାହ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଙ୍ଘ ଓ ତାହାର ବିବିଧ କ୍ଷେତ୍ର ରୁ ପ୍ରାୟ 400 ରୁ ଉର୍ଦ୍ଧ ମହିଳା ପୁରୁଷ ଭାଗ ନେଇଥିଲେ l

Leave A Reply

Your email address will not be published.