ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା: ବିଶ୍ୱ ହାତଧୁଆ ଦିବସ ଅବସରରେ ଖୋର୍ଦ୍ଧାସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଦୈନନ୍ଦିନ ଜୀବନରେ ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନ ଓ ପାଣିରେ ଭଲଭାବେ ହାତ ଧୋଇବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁର ସଂକ୍ରମଣକୁ ରୋକାଯାଇପାରିବ ବୋଲି ଏହି ଅବସରରେ କୁହାଯାଇଥିଲା।ସ୍କୁଲ ର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ହାତ ଧୋଇବା ଦ୍ୱାରା ସୁସ୍ଥ ଏବଂ ନିରୋଗ ରହିବା ବୋଲି ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡିନ୍ ବନଦୁର୍ଗା ଶାହା ହାତ ଧୋଇବାର ଗୁରୁତ୍ୱ ଓ ଏହାର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ସଚେତନ କରିଥିଲେ। ସେହିପରି ନର୍ସିଂ ଶିକ୍ଷୟିତ୍ରୀ ସୁରଞ୍ଜନା ସାହୁ ଛାତ୍ରଛାତ୍ରୀଙ୍କୁ ସଠିକ୍ ଉପାୟରେ ହାତ ଧୋଇବାର ବିଭିନ୍ନ କୌଶଳ ପ୍ରଦର୍ଶନ କରି ଶିଖାଇଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ର ସାଇରାଜ ଦାସ, ପ୍ରତ୍ୟୁଷ କୁମାର ସାହୁ ଓ ରୋଶନ ବଡ଼ଜେନାଙ୍କ ସମେତ ଛାତ୍ରୀ ଶିବାଙ୍ଗୀ ବିଶ୍ୱାଳ ଓ ରୋଜାଲିନ ଶ୍ରୀଚନ୍ଦନ ହାତଧୁଆ ଦିବସର ମହତ୍ତ୍ୱ ଉପରେ ଭାଷଣ ଦେଇ ସହପାଠୀମାନଙ୍କୁ ସଚେତନ କରିଥିଲେ।
ବ୍ୟକ୍ତିଗତ ସ୍ୱଚ୍ଛତା ଅଭ୍ୟାସକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ସୁସ୍ଥ ଜୀବନଯାପନ ପାଇଁ ନିୟମିତ ହାତ ଧୋଇବାର ଅଭ୍ୟାସ ଗଢ଼ି ତୋଳିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟ ରେ ତୁଷାର କାନ୍ତମହାନ୍ତି,ସନ୍ଧ୍ୟାରାଣୀ ବିଶ୍ୱାଳ, ଶୁଭଦର୍ଶିନୀ ଦାସ, ମାନସ ରଞ୍ଜନ ମହାପାତ୍ର, ବସନ୍ତ କୁମାର ଖୁଣ୍ଟିଆ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.