ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ

0 2

ଓଡ଼ଗାଁ,୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଶାଖା ତରଫରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକୀ ଅବସରରେ ଓଡ଼ଗାଁ କଲ୍ୟାଣୀ ମଣ୍ଡପ ଠାରେ ବିଜୟା ଦଶମୀ ଉତ୍ସବ ପାଳନ ହୋଇଛି । ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲ୍ୟାଣୀ ମଣ୍ଡପ ଠାରୁ ଶ୍ରୀ ରଘୁନାଥ ଜିଉ ମନ୍ଦିର ପର୍ଯ୍ୟନ୍ତ ଗଣ ବେଶରେ ପଥ ସଞ୍ଚାଳନ କରି ଫେରିବା ପରେ ଶାରୀରିକ ପ୍ରଦର୍ଶନ ଏବଂ ବୈ।ଧିକ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ବିଧାନ ସମାପ୍ତ କରିଥିଲେ ।

ଓଡ଼ଗାଁ ଖଣ୍ଡ କାର୍ଯ୍ୟ ଦାହଡ ସଂଘ ଚାଳକ ଜଗନ୍ନାଥ ପ୍ରଧାନ, ଡ. ଉପେନ୍ଦ୍ର ଗନ୍ତାୟତ, ସହ ଜିଲ୍ଲା ସଦଭାବନା ପ୍ରମୁଖ ସୁଶାନ୍ତ କୁମାର ସାହୁ ଯୋଗଦେଇଥିବା ବେଳେ ବୈ।ଧିକ ଇତିହାସ ସଂଙ୍କଳନର ଜିଲ୍ଲା ଉପ ସଭାପତି ଚନ୍ଦ୍ର ବିଜୟି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମାର୍ଗ ଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ସ୍ବୟଂ ସେବକ ଯୋଗଦେଇଥିଲେ ।

Leave A Reply

Your email address will not be published.