ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟାର ଫଳାଫଳ ପ୍ରକାଶ

33


ପଦ୍ମପୁର/ଶିବାଶିଷ ପଟ୍ଟନାୟକ:-
ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଏହି ଚୟନ ପ୍ରକ୍ରିୟା ସଂପନ୍ନ ହୋଇଛି । ଏହି ଅବସରରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ , ପ୍ରଦୀପ କୁମାର ଦେୱାନ , ମୀନା କୁମାରୀ ସାହୁ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ସହଯୋଗ କରିଥିଲେ ।

ଏହି ଚୟନ ପ୍ରକ୍ରିୟାରେ ସୁରଜ ପ୍ରଧାନ ସଭାପତି ଭାବେ , ଚନ୍ଦନ ବାରିକ ଉପ ସଭାପତି ଭାବେ , ଋତୁରାଜ ସାହୁ ସାଧାରଣ ସମ୍ପାଦକ ଭାବେ , ଡ଼ାଏସିଂ ସାହୁ କ୍ରୀଡ଼ା ସଂପାଦକ ଓ ସୁମିତ ମୁଆନି ସାଂସ୍କୃତିକ ସଂପାଦକ ଭାବରେ ଚୟନିତ ହୋଇଛନ୍ତି ।ସେହିପରି ଲିସା ସାହୁ ମହାବିଦ୍ୟାଳୟ ପତ୍ରିକାର ପ୍ରତିନିଧି ,ରୋଜି ସା ଗାର୍ଲସ କମନ ରୁମ ସେକ୍ରେଟେରୀ , ଓ ଦିବ୍ୟଙ୍କା ଭୋଇ ସାହିତ୍ୟ ସଂସଦ ସେକ୍ରେଟେରୀ , ମଳୟ ମିଶ୍ର , ଡାଇମଣ୍ଡ ସାହୁ , ଆୟୁଷ ସାହୁ ଶ୍ରେଣୀ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣର ବିକାଶ , ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ , ଶୃଙ୍ଖଳା ରକ୍ଷା , ଏବଂ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶ ଗ୍ରହଣ ଦିଗରେ ନବ ନିର୍ବାଚିତ ପ୍ରତିନିଧି ମାନେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.