ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ଜାତୀୟ ରାଜପଥ ଉପରେ ଛତ୍ରପୁର ଅଭିମୁଖି ଏକ କାର୍ ଗୋଟିଏ ଟ୍ରକ କୁ ଧକ୍କା ଫଳରେ ଦୁଇଟି ଯାକ ଗାଡ଼ି ନିୟନ୍ତ୍ରଣ ହରାଇ କିଛି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଉପରେ ଚଢ଼ିଯାଇ ଥିଲା। ଯାହା ଫଳରେ ସବୁ ମୋଟରସାଇକେଲ ଓ ସାଇକେଲ ଗାଡ଼ି ତଳେ ଚାପି ହୋଇ ଯାଇଥିଲା ଓ ଏହି ଦୁର୍ଘଟଣା ରେ ଛତ୍ରପୁର ଟ୍ରେଜେରି କାର୍ଯ୍ୟାଳୟ କର୍ମଚାରୀ ରୋଜାଲିନ ମିଶ୍ର ଙ୍କ ମୃତ୍ୟୁ ଘଟିଛି ଓ ସେହି କାର୍ଯ୍ୟାଳୟ କର୍ମଚାରୀ ଟି କ୍ରିଷ୍ଣା ଙ୍କ ସମେତ ନିକଟସ୍ଥ ଗ୍ରାମର କୃଷ୍ଣଚନ୍ଦ୍ର ବିଷୋୟୀ,ରୋଷନ ନାହାକ, ଲକ୍ଷ୍ମୀଧର ଗୌଡ଼, ପ୍ରଭାକର ନାୟକ, ଲିପ୍ସା ରାଣୀ ଓ ମୋହନ ଚନ୍ଦ୍ର ଙ୍କ ସହ ଉତ୍ତରପ୍ରଦେଶ ର ବିନୋଦ କୁମାର ଓ ବିକାଶ ରାଜପୁତ ପ୍ରମୁଖ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ଦୁଇ ଜଣ ଯୋଶୱନ୍ତ ରେଡ଼ି ଓ ଚନ୍ଦନ ରାଉଳ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ପରେ ଅଞ୍ଚଳ ବାସୀ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତତକ୍ଷଣାତ୍ ଗଞ୍ଜାମ ଏସ୍ ପି ହରିଶ୍ ବିଷି,ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ପୁର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରି ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post