ମାଲକାନଗିରି ଜିଲାରେ ଲଘୁଚାପର ପ୍ରଭାବ ଶୂନ୍ ।

0 2

ମାଲକାନଗିରି, ତା ୨୯/୦୯:  ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଆକଳନ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନିତ ପ୍ରଭାବ ପଡିବ ବୋଲି ହାଇଆଲର୍ଟ ଜାରି କରାଯାଇଥିଲା। ମାଲକାନଗିରି ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଥିଲା। ୨୬ ଓ ୨୭ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି, ପବନ ସହ ଭୁସ୍ଖଳନ ହେବ ବୋଲି ସତର୍କ ସୂଚନା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟ ୨ଦିନ ଛୁଟି ଘୋଷଣାକରିଥିଲେ। କିନ୍ତୁ ଏହି ୨ ଦିନ ଜିଲାରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ପଡି ନଥିବା ସୂଚନା ରହିଛି । ଏଥିପାଇଁ ଜିଲା ପ୍ରଶାସନ ସଜାଗ ଥିଲା। ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍‌କୁ ନୌକା, ଅସ୍ଥାୟୀ ଆଶ୍ରୟସ୍ଥଳୀ, ଶୁଖିଲା ଖାଦ୍ୟ ବ୍ୟବସ୍ଥା ଆଦି କରାଯାଇଥିଲା। କିନ୍ତୁ ଏହି ଦୁଇଦିନ ଜିଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲା। ପୂର୍ବରୁ ଅଦିନିଆ ବର୍ଷାରେ ଜିଲାରେ ୩୨୬ ନଂ ଜାତୀୟ ରାଜପଥରେ ନଦୀ ଓ ନାଳ ଉପର ପୋଲରେ ବର୍ଷା ଜଳ ପ୍ରବାହିତ ହୋଇ ଯାତାୟାତ ଠପ୍ ହୋଇଥିଲା। ସତର୍କ ସୂଚନା ଜିଲାବାସୀଙ୍କୁ ଭୟଭିତ କରିଥିବା ବେଳେ ଲଘୁଚାପର ପ୍ରଭାବ ନ ପଡିବାରୁ ସେମାନେ ଆଶ୍ବସ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.