ଶୁଣିଲାନି ପ୍ରଶାସନ, ମରାମତି କଲେ ଅଞ୍ଚଳ ର ଯୁବଗୋଷ୍ଠୀ।

0 2

ମାଲକାନଗିରି, ତା ୨୯/୦୯ ଯାତାୟାତରେ ସୁଗମ କରିବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି । ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ମରାମତି ନେଇ ବାରମ୍ଵାର ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା ଫଳରେ ବାଧ୍ୟହୋଇ ସ୍ଥାନୀୟ ଯୁବକମାନେ ରାଜପଥର ଅସ୍ଥାୟୀ ମରାମତି କରିଛନ୍ତି । ଏପରି ଏକ ଘଟଣା ଦେଖ‌ିବାକୁ ମିଳିଛି ମାଲକାନଗିରି ଜିଲାର ୩୨୬ ନମ୍ବର ଜାତୀୟ ରାଜପଥରେ।
ମିଳିଥିବା ସୂଚନା ଅନୁସାରେ ଏହି ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନ ନଷ୍ଟ ହୋଇଯାଇଛି ବିଶେଷ
କରି ଜିଲାର ପୋଟେରୁ ଠାରୁ ମୋଟୁ ମଧ୍ୟରେ ରାସ୍ତାରେ ଅନେକ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତାରେ ଯିବାପାଇଁ ଲୋକଙ୍କୁ ଭୟ ଲାଗୁଛି । ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏପରିକି ଶୋଚନୀୟ ରାସ୍ତା
ଯୋଗୁଁ ବାରମ୍ଵାର ଦୁର୍ଘଟଣାର ଶିକାର ହୋଇ ନିଜର ଜୀବନ ହରାଉଥିବା ମଧ୍ୟ ନଜିର ରହିଛି । ଜିଲାର କାଙ୍ଗୁରକୋଣ୍ଡା ଠାରୁ ଏମଭି ୬୪ ଗ୍ରାମ ମଧ୍ୟରେ ରହିଥ‌ିବା ରାସ୍ତାଟି ମଧ୍ଯ ଅନେକ ସ୍ଥାନରେ ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ହୋଇ କ୍ରମାଗତ ଭାବେ ଦୁର୍ଘଟଣା ହେଉଥ‌ିବାରୁ ସ୍ଥାନୀୟ ଯୁବପିଢ଼ି ଏହି ରାସ୍ତା ମରାମତି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସ୍ଥାନୀୟ ଯୁବକମାନେ ରାସ୍ତାରେ ଥିବା ବଡ଼ ବଡ଼ ଗର୍ତ୍ତ କୁ
ସମତଳ କରିବା ପାଇଁ ମାଟି ଓ ପଥର ପକାଇ ଏହାକୁ ସମତଳ କରୁଛନ୍ତି । ଅନେକ ଯୁବକ ଯୁବତୀ ଶ୍ରମଦାନ କରି ନିଜ ଉଦ୍ୟମରେ ଏହି ରାସ୍ତାରେ ଥିବା ଗର୍ତ୍ତ ଗୁଡ଼ିକୁ ମରାମତି କରିଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ସରକାରୀ ଅଧିକାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ ଏହି ରାସ୍ତା କାହାରିଙ୍କ ନଜରକୁ ଆସୁନାହିଁ ଫଳରେ ରାସ୍ତାଟି ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ତେଣୁ ଲୋକଙ୍କ ଜୀବନରକ୍ଷା ପାଇଁ ଆମେ ଏହି ରାସ୍ତାରେ ଥିବା ଗର୍ତ୍ତ ଗୁଡ଼ିକୁ ଆମ ନିଜ ଉଦ୍ୟମରେ ସମତଳ କରିବାକୁ ପ୍ରୟାସ କରିଛୁ ବୋଲି ଯୁବକମାନେ କହିଛନ୍ତି । ଯୁବପିଢ଼ିଙ୍କ ଏଭଳି ପ୍ରୟାସକୁ ସଧାରଣ ମହଲରେ ପ୍ରଶଂସା କରାଯାଇଛି । ତୁରନ୍ତ ଏହି ରାସ୍ତାକୁ ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଥିବା ମଧ୍ୟ ଜଣା ପଡ଼ିଛି।

Leave A Reply

Your email address will not be published.