ବହି ଦୋକାନରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କିଛି ଦିନ ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି I ଏହାକୁ ନେଇ ବିଭିନ୍ନ ସ୍ଥାନରେ ବାଣ ପ୍ରସ୍ତୁତି ହେବା ସହ କିଛି ସ୍ଥାନରେ ବ୍ୟବସାୟୀ ମାନେ ବେଆଇନ୍ ଭାବେ ବାଣ ଗଚ୍ଛିତ କରିବାରେ ଲାଗିଲେଣି I ଆଜି ବେଲଗୁଣ୍ଠା ସହରରେ ଏହିଭଳି ଏକ ବେଆଇନ୍ ବାଣ ଥିବା ସ୍ଥାନରେ ବେଲଗୁଣ୍ଠା ପୋଲିସ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବାଙ୍କୀ ବଜାରରେ ଥିବା କାହ୍ନା ବୁକ୍ ଷ୍ଟୋର୍ ରେ ବେଆଇନ୍ ବାଣ ଗଚ୍ଛିତ ଥିବା ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ପୋଲିସ୍ ଉକ୍ତ ସ୍ଥାନରେ ଚଢ଼ାଉ କରି ପାଖାପାଖି ଦୁଇ ଲକ୍ଷ ତାଂକର ବାଣ ଜବତ କରିଥିଲେ I ଏନେଇ ବେଲଗୁଣ୍ଠା ଥାନାରେ 478/25 ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I

Leave A Reply

Your email address will not be published.