ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ତରଫରୁ ପ୍ରେସ କ୍ଲବ ବେଲଗୁଣ୍ଠା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସନ୍ଧ୍ୟା ପାଞ୍ଚ ଘଣ୍ଟ ସମୟରେ ଆରମ୍ଭ ହୋଇଥିବା ରକ୍ତଦାନ ଶିବିରକୁ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିର୍ସା ଅଧିକାରୀ ଡ଼ଃ ସବିତା ବେହେରା ପ୍ରଦ୍ବୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଏହି ଶିବିରରେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ,କାଉଁସିଲର ଏସ. ଭାସ୍କର ପାତ୍ର ଓ ଦିବ୍ୟରଞ୍ଜନ ଦାଶ, ବ୍ଲକ ପ୍ରୋଗ୍ରାମ ମେନେଜର ଦୁର୍ଗା ପ୍ରସାଦ ପଟ୍ଟନାୟକ, ପି ଏଚ ଇ ଓ ମାନସୀ ଦାଶ, ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ, ବରିଷ୍ଠ ସାମ୍ବାଦିକସନ୍ତୋଷ କୁମାର ବିଷୋୟୀ, ସୁଯ୍ୟନାରାୟଣ ତ୍ରିପାଠି, ସୁଶାନ୍ତ କୁମାର ବେହେରା,ଶିବରାମ ଚୌଧୁରୀ, ସୁରେଶ ସୁବୁଦ୍ଧି,ତୋଫାନ ସାହୁ, ଏ ମନୋଜ କୁମାର ପାତ୍ର, ପଞ୍ଚାନନ ସାହୁ,ନବକିଶୋର ମହାରଣା, ସରୋଜ ଶତପଥୀ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଦିନତମାମ ପ୍ରବଳ ବର୍ଷା ସତ୍ୱେ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଶିବିରରେ ଚାରି ଜଣ ସାମ୍ବାଦିକ,ଦୁଇ ଭାଇ, ଏଗାର ନୂତନ ରକ୍ତ ଦାତାଙ୍କ ସମେତ ୨୫ ଜଣ ରକ୍ତଦାନ କରିଥିଲେ। ଚାରିଜଣ ସାମ୍ବାଦିକ, ଦୁଇ ଭାଇ ପ୍ରମୁଖ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ସନ୍ତୋଷ ସାହୁ, ସୁଶାନ୍ତ ସାହୁ,ମଧୁସୂଦନ ଦାଶ,ସଞ୍ଜୟ ବେହେରା ସି. ଏଚ. ଓ ନଳିନୀକାନ୍ତ ପାତ୍ର, ହେଲଥ ୱାର୍କର ଦେବାଶିଷ ମିଶ୍ର,ବିଜୟ କୁମାର ପ୍ରଧାନ, ବିଦ୍ୟାଧର ନାୟକ ଓ ଅମର ଶତପଥି ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରର ଲକ୍ଷ୍ମୀନୃସିଂହ ମାଝୀ, ଅନିଲ କୁମାର ମାହାର, ବିପିନ କୁମାର ପାଣିଗ୍ରାହୀ, ସିମାଞ୍ଚଳ ସେଠୀ ଓ ତେଜସ୍ୱିନୀ ଦୋରା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ପୋଗ୍ରାମ ମେନେଜର ଦୁର୍ଗା ପ୍ରସାଦ ପଟନାୟକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.