ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ବେଲପଡ଼ା ସହର ଗତ କିଛି ଦିନର ପ୍ରବଳ ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି। ସହର ମଧ୍ଯ ଦେଇ ଯାଇଥିବା ଜାତୀୟ ରାଜପଥ–୪୨ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚତାରେ ପାଣି ଭରିଯାଇଥିବାରୁ ଯାନବାହାନ ଚଳାଚଳ ପ୍ରାୟ ଅସମ୍ଭବ ହୋଇପଡ଼ିଛି। ଯାହା ଫଳରେ ସାଧାରଣ ଲୋକଙ୍କ ଜୀବିକା ଚାଲିବା କଷ୍ଟକର ହୋଇଛି। ବ୍ୟାପାର ବ୍ୟବସାୟ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବାହାରୁ ଆସୁଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହୁଛନ୍ତି। ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି ଓ ଜରୁରୀ ସେବା ମୂଳକ ବାହନ ମାନେ ସମୟରେ ଗନ୍ତବ୍ୟ ସ୍ଥାନକୁ ପହଞ୍ଚି ପାରୁନାହାନ୍ତି, ଯାହାଦ୍ବାରା ସ୍ଥିତି ଅଧିକ ଗୁରୁତର ହୋଇପଡୁଛି।
ସ୍ଥାନୀୟବାସୀଙ୍କ କହିବା ଅନୁସାରେ, ପ୍ରଶାସନର ଅବହେଳା ଓ ବେଆଇନ୍ ନିର୍ମାଣ ଏହି ସମସ୍ୟାର ମୂଳ କାରଣ। ପ୍ରଶାସନର ବିନା ଅନୁମତିରେ ଅନେକ ଷ୍ଟଲ୍ ଓ ଘର ନିର୍ମାଣ ହୋଇଛି। ସେଗୁଡ଼ିକ ପ୍ରାକୃତିକ ଜଳପ୍ରବାହର ଡ୍ରେନେଜ୍ ସିଷ୍ଟମ୍କୁ ବନ୍ଦ କରିଦେବାରୁ, ବର୍ଷାପାଣି ସହର ଭିତରେ ଜମି ରହିଅଛି। ପ୍ରଶାସନଙ୍କୁ ତୁରନ୍ତ ବେଆଇନ୍ ଘର ଓ ଷ୍ଟଲ୍ଗୁଡ଼ିକୁ ହଟାଇବା ସହିତ ଡ୍ରେନ ପରିଷ୍କାର କାମ କରିବାକୁ ସହରବାସୀ ଦାବି କରିଛନ୍ତି। ବେଲପଡ଼ା ବ୍ଲକ ପ୍ରଶାସନଙ୍କୁ ଏହି ସମସ୍ୟା ବିଷୟରେ ପଚାରାଯାଇଥିବାବେଳେ, ସେମାନେ କହିଛନ୍ତି –ପାଣି ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ସଭାରେ ଆଲୋଚନା ହେଉଛି ।
Sign in
Sign in
Recover your password.
A password will be e-mailed to you.