ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଏଡିଇଓ(ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର) ରାକେଶ ସାହୁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ଅପରାହ୍ନରେ ବାଲୁଗାଁ ଗାନ୍ଧୀ ଛକଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇ ଦେବା ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ୧୨ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାକେଶ। ସେହି ସମୟରେ ପୂର୍ବରୁ ଛପି ରହିଥିବା ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି। ବର୍ତ୍ତମାନ ଭିଜିଲାନ୍ସ ଟିମ ପ୍ରଥମେ ନିଳାଦ୍ରୀପ୍ରସାଦ ପଞ୍ଚାୟତ ପରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଭିଯୁକ୍ତ ରାକେଶ ଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି l ସୂଚନା ଥାଉକି ରାକେଶ ଗତ ଏକ ବର୍ଷ ହେବ ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତରେ ଏଡିଇଓ ଭାବେ କାର୍ଯ୍ୟରତ ଥିଲେ l
Sign in
Sign in
Recover your password.
A password will be e-mailed to you.