ମହିଳା ସ୍ନାତକ ମହାବିଦ୍ୟାଳୟ , ଶିକ୍ଷା ବିଭାଗରେ ” ସ୍ବାଗତୋତ୍ସବ ଓ ପାଠଚକ୍ର ” କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ଯରେ ଶିକ୍ଷା ବିଭାଗ ତରଫରୁ ନୂତନ ବର୍ଷର ଛାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଚଳିତବର୍ଷର ପ୍ରଥମ ବିଭାଗୀୟ ପାଠଚକ୍ରର ଆୟୋଜନ କରାଯାଇଥିଲା।
ଏହି ସମାରୋହରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡ.ରୀନା ସାହୁ ନୂତନ ବର୍ଷର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ସହିତ ଅଧ୍ୟବସାୟୀ କିପରି ହେବେ ପରାମର୍ଶ ଦେବା ସହ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପାଠଚକ୍ରରେ ପ୍ରତ୍ୟେକ ବର୍ଷର ଛାତ୍ରୀ କିପରି ଅଂଶଗ୍ରହଣ କରିବେ , ସେଥିପ୍ରତି ଯତ୍ନଶୀଳ ହେବାକୁ ଅନୁରୋଧ କରିଥିଲେ।
ସେହିପରି ବିଭାଗୀୟ ମୁଖ୍ଯ ଅଧ୍ୟାପିକା ଡ.କଲ୍ଯାଣୀ ମିଶ୍ର ନୂତନ ଛାତ୍ରୀମାନଙ୍କୁ କର୍ତ୍ତବ୍ଯବୋଧ , ସଂଯମତା ଆଚରଣ ସହ ସହପାଠିନୀ ଏବଂ ଗୁରୁଜନମାନେ କିପରି ଯଥାମାନ୍ୟ ପ୍ରଦର୍ଶନ କରିବେ ସେ ସମ୍ବନ୍ଧ ରେ ନିଜର ବକ୍ତବ୍ଯ ରଖିଥିଲେ। ଏଥିସହିତ ଚାକିରିକାଳୀନ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉପରେ ନିଜର ପାଠଚକ୍ର ନିବନ୍ଧକୁ ଉପସ୍ଥାପନ କରିଥିଲେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସୁଶ୍ରୀ କୁନି ଶବର। ଛାତ୍ରୀମାନଙ୍କର ଏହି ପ୍ରସଙ୍ଗ ଉପରେ ମିଳିତ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ର ସମାପ୍ତି ଘୋଷଣା କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷା ଡ. ରୀନା ସାହୁ ମହୋଦୟା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଛାତ୍ରୀମାନଙ୍କ ଦ୍ବାରା ଦୀପଦାନ ମନ୍ତ୍ରଗାନ ସହ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗ ର ଛାତ୍ରୀ ବିନିତା , ଶ୍ବେତା , ଗାୟତ୍ରୀ , ପ୍ରିୟଙ୍କା , ମୋହିନୀ , କୁନି ସନ୍ତୋଷିନୀ ଆଦି ପରିଚାଳନା କରିଥିଲେ।

Leave A Reply

Your email address will not be published.