ବିଜେପୁର:-ବିଜେପୁର ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ର ବିଦ୍ୟୁତ କାର୍ଯ୍ୟକ୍ଷମ ସଂଯୋଗ ପରିପ୍ରେକ୍ଷୀରେ ମାର୍କେଟ କମ୍ପ୍ଲେକ୍ସ ଠାରେ ୧୦୦ କେବି ବିଶିଷ୍ଟ ଟ୍ରାସଫରମର ସ୍ଥାପନ ପାଇଁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ କରକମଳରେ ଶୁଭ ଦିଆ ଯାଇଛି।ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଜେଇ ଅଜୟ କୁମାର ମହାପାତ୍ର, କାଉନସିଲର ଦିପକ ପାଣିଗ୍ରାହୀ, ପ୍ରଶାନ୍ତ ପଧାନ, ଘନଶ୍ୟାମ ପଧାନ ,ଇଲେକ୍ଟ୍ରିକାଲ ଏସ.ଡି.ଓ ସୁଧିର ମହାପାତ୍ର, ଇଲେକ୍ଟ୍ରିକାଲ ଜେ.ଇ ସମ୍ବିଦ ବହିହାର,ଲାଇନ ମେନ ଉତ୍ତମ କୁମାର ନାୟକ ତଥା କର୍ମଚାରୀ ବୃନ୍ଦ ଉପସ୍ଥିତ ଥିବାବେଳେ, ବିଜେପି ର ବରିଷ୍ଠ କର୍ମୀ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ, ମହେଶ ଦେବତା,ଯୋଗିନ୍ଦ୍ର ପଧାନ ପ୍ରମୁଖ ନଡିଆ ବାଡେଇ ଏହି ଶୁଭ କାର୍ଯ୍ୟରେ ଯୋଗଦେଇ ଥିଲେ।ଖୁବ୍ ଶିଘ୍ର ତ୍ୱରିତ ଭାବେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଏବଂ ଇଲେକ୍ଟ୍ରିକାଲ ଏସ.ଡି.ଓ ଶ୍ରୀ ମହାପାତ୍ର ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post