ତାଳପଦର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

0

ବରଗଡ: ବରଗଡ ବିକାଶ ହସ୍ପିଟାଲ ଓ ତାଳପଦର ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆଜି ଗୋଟିଏ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଅଞ୍ଚଳବାସି ଙ୍କୁ ମାଗଣା ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିଥିଲେ।
ଚକ୍ଷୁ ବିଭାଗରୁ ଡ଼. ବୀରେନ୍ଦ୍ର ନନ୍ଦ, ଫିଜିଓଥେରାପି ବିଭାଗରୁ ଡ଼. ମୁକେଶ କୁମାର ଦ୍ଵିବେଦୀ, ଫୁସଫୁସ ରୋଗ ବିଶେଷଜ୍ଞ ୟଶମନ୍ତ, ମେଡିସିନ ବିଭାଗରୁ ଡ଼. ଗଣେଶ ଯାଦବ, ଦନ୍ତରୋଗ ବିଶେଷଜ୍ଞ ଡ଼. ହର୍ଷା ଅଗ୍ରୱାଲ, ଏବଂ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ବିଭାଗରୁ ଡ଼. ଅନ୍ନପୂର୍ଣ୍ଣା ମିଶ୍ର ଡ଼ ଅଜିତ ବାରିକ ରୋଗୀମାନଙ୍କୁ ପରୀକ୍ଷା କରିଥିଲେ।
ଶିବିରରେ ଶତାଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଲେ। ଅନେକଙ୍କୁ ମାଗଣା ଔଷଧ ଦିଆଗଲା ଓ ଜଣାଶୁଣା ରୋଗସମୂହ ଯଥା – ଚକ୍ଷୁ ସମସ୍ୟା, ସାଧାରଣ ସର୍ଦି-କାଶ, ଶ୍ୱାସକଷ୍ଟ, ରକ୍ତଚାପ, ଡାଇବେଟିଜ୍, ଦାନ୍ତ ରୋଗ ଓ ଶିଶୁ-ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ମଧ୍ୟରେ ଦିଆଗଲା।
ଗ୍ରାମବାସୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରି କହିଥିଲେ, “ଆମ ପ୍ରାନ୍ତୀୟ ଅଞ୍ଚଳରେ ଏଭଳି ଶିବିର ବହୁତ ଦରକାର, ଯାହାଦ୍ୱାରା ଅଳ୍ପ ସୁବିଧାପ୍ରାପ୍ତ ଲୋକମାନେ ମାଗଣାରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ପାଇପାରୁଛନ୍ତି।”
ଶିବିରକୁ ସଫଳ କରିବା ପାଇଁ ସ୍ଥାନୀୟ ସମିତି,ସରପଞ୍ଚ,ତାଳପଦର ପଂଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଯୁବମଣ୍ଡଳ ଓ ସ୍ୱାସ୍ଥ୍ୟକର୍ମୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.