ପୋଲ ନଥିବାରୁ ଇଲେକ୍ଟ୍ରି ଖୁଣ୍ଟ ସାହା ଭରସା, ଅଙ୍ଗନବାଡି ପିଲେ ବିପଜ୍ଜନକ ଭାବେ ପାରି ହେଉଛନ୍ତି।

0

ମୁଖ୍ୟମନ୍ତ୍ରୀଙ୍କ ନିଜ ଅଂଚଳର ବିକଳ ଚିତ୍ର।   

କେନ୍ଦୁଝର,ତା୨୬/୯- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କାଳିଶୁଇ ଗ୍ରାମରେ ନାଳ ଉପରେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଆସିଛି। ଗାଁ ପାଖ ନାଳରେ ପୋଲ ଥିଲା ତେବେ ପ୍ରବଳ ବର୍ଷା ପାଣିରେ ତାହା ଭାଙ୍ଗି ଯାଇଛି ଯେ ଆଉ ପୋଲ ହେଉନି। ତେଣୁ ଗାଁର ପୁରୁଷ ମହିଳା ସ୍କୁଲ ଅଙ୍ଗନବାଡି ଛୁଆ ସବୁ ନାଳ ପାରି ହେବାକୁ କିଛି ଇଲେକ୍ଟ୍ରି ଖୁଣ୍ଟ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି।

କିଛି ଯୁବକ ଗାଁ ଲୋକଙ୍କ ସହ ମିଶି ନାଳ ଉପରେ ସିମେଣ୍ଟ ଇଲେକ୍ଟ୍ରି ଖୁଣ୍ଟ ପକେଇ ଦେଇଥିବାରୁ ତାହା ଉପରେ ସମସ୍ତେ ଏବେ ପୋଲ ପାରି ହେଉଛନ୍ତି, ତେବେ ତଳେ ନାଳ ଖାଲ ହୋଇଥିବାରୁ ଛୋଟ ଛୋଟ ସ୍କୁଲ ଛୁଆ ଜୀବନକୁ ପାଣି ଛଡେଇ ଏହି ନାଳ ପାରି ହେବାକୁ ବାଧ୍ୟହେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘର ନିକଟ ଗାଁ ରାଇକଳାରେ ହୋଇଥିବାରୁ ସ୍ଥାନୀୟ ଲୋକେ ପୋଲ ନିର୍ମାଣ କରିଦେବାକୁ ତାଙ୍କ ପାଖରେ ନିବେଦନ କରିଛନ୍ତି।

Leave A Reply

Your email address will not be published.