ଓଡ଼ଗାଁ ଏନ୍ଏସି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ,ନଗରବାସୀ ପାଳିଲେ ଶ୍ରମଦାନ ଦିବସ

0


ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ସେପ୍ଟେମ୍ୱର ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ କାର୍ଯ୍ୟ ଓ ସଚେତନତା ଅଭିଯାନ ଜାରି ରହିଥିବା ବେଳେ ଆଜି ଗୁରୁବାର ଦିନ ଏକ ଦିନ ଏକ ଘଣ୍ଟା ଏକ ସାଥ୍ ନିଷ୍ପତ୍ତି ଆଧାରରେ ନଗରବାସୀ ଶ୍ରମଦାନ ଦିବସ ପାଳନ କରିଛନ୍ତି । ଆଜିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଦର୍ଶ ଥାନା
ପରିସରକୁ ପୂର୍ଣ୍ଣ ସଫେଇ ପରିଚାଳନା କରାଯାଇଥିଲା । ଏହି ଅବସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡା.ପ୍ରଣତୀ ମଞ୍ଜରୀ ଶର୍ମା, ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା ଏବଂ ସାମ୍ବାଦିକମାନେ ଅନ୍ୟ ମାନଙ୍କ ସହିତ ଶ୍ରମଦାନ ସ୍ଵରୁପ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.