ଓଡ଼ଗାଁ ବ୍ଳକ ଜିପି ଏଲ୍ ଏଫ୍ ମିଶନ ଶକ୍ତି ମହାସଂଘ ତରଫରୁ ବିଡ଼ିଓଙ୍କୁ ଦାବିପତ୍ର,କାର୍ଯ୍ୟ ନିର୍ବାହ କମିଟି ସଦସ୍ୟଙ୍କ ଧାରଣା ୪ର୍ଥ ଦିନରେ

0

କାର୍ଯ୍ୟନିର୍ବାହୀ କମିଟି ପୁନର୍ଗଠନ ହାଇକୋର୍ଟଙ୍କ ଦ୍ବାରା ସ୍ଥଗିତ, ବଳ ପୂର୍ବକ ଚାଲିଥିବା ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ

ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ସ୍ତରୀୟ ସଂଘ ଅର୍ଥାତ୍ ଗ୍ରାମ ପଞ୍ଚାୟତ ଲେବୁଲ ଫେଡେରେସନ କାର୍ଯ୍ୟନିର୍ବାହ କମିଟିର ନେତୃତ୍ୱ ପରିବର୍ତ୍ତନ ଓ ପୁନର୍ଗଠନ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଦ୍ବାରା ସ୍ଥଗିତ ରଖାଯାଇଥିବା ବେଳେ ବଳ ପୂର୍ବକ ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ କରି ଗ୍ରାମ ପଞ୍ଚାୟତ ଲେବୁଲ ଫେଡେରେସନ କାର୍ଯ୍ୟ ନିର୍ବାହ କମିଟିର ସଦସ୍ୟମାନେ ଓଡ଼ଗାଁ ବ୍ଳକ ସାମ୍ନାରେ ଧାରଣା ବସିଥିଲେ । ଏବଂ ଆଜି ଅପରାହ୍ନରେ ସେମାନେ ଏ ସମ୍ପର୍କରେ ଓଡ଼ଗାଁ ବିଡିଓ ଏବଂ ଅଧ୍ୟକ୍ଷଙ୍କୁ ଭେଟି ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶୁକ୍ରବାର ଅପରାହ୍ନରେ ଫେଡେରେସନ କାର୍ଯ୍ୟନିର୍ବାହ କମିଟିର ସଦସ୍ୟ ଏବଂ ଜୀବିକା ମିଶନ ବ୍ଳକ ପ୍ରକଳ୍ପ ସଂଯୋଜକଙ୍କ (ବିପିସି)ସୁରଜ କୁମାର ବେହେରାଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ କହିବା ପରେ ଧାରଣାର ବସିଥିବା ୩୬ ପଞ୍ଚାୟତର ଶତାଧିକ ମହିଳା ସଭ୍ୟ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଧାରଣାରୁ ଉଠିଥିଲେ ।

Leave A Reply

Your email address will not be published.