ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଚାଲିଥିବା ସରକାରୀ ବହୁ ବୃତ୍ତି ଶିକ୍ଷାନୁଷ୍ଠାନ (ପଲିଟେକ୍ନିକ୍) ନୟାଗଡର ଶୈକ୍ଷିକମାନ ନିର୍ଦ୍ଧାରଣ ନିମନ୍ତେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଟିଇଟି) ଓଡ଼ିଶା ନିରୀକ୍ଷଣକାରୀ ପହଁଚି ଶ୍ରେଣୀକକ୍ଷ, ପରୀକ୍ଷାଗାର, ଓ୍ବାର୍କଶପ୍, ପୁସ୍ତକାଳୟ ଓ ହଷ୍ଟେଲ୍ ସୁବିଧାର ମାନ ଅବଲୋକନ କରିଥିଲେ । ପରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷା ଗ୍ରହଣ ଏବଂ ପ୍ରଶିକ୍ଷଣ ଓ କ୍ୟାମ୍ପସ୍ ସୁବିଧା ବିଷୟରେ ମତାମତ ଲୋଡ଼ିଥିଲେ ।ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପ ପ୍ରଦର୍ଶନ କରି ପ୍ରସଂଶା କରିଥିବା ବେଳେ ଏହି ଅନୁଷ୍ଠାନ ପ୍ରଣାଳୀଗତ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ପ୍ରତିବଦ୍ଧତା ସମ୍ପର୍କରେ ଅଧ୍ୟକ୍ଷ ମାନ ପରୀକ୍ଷଣ କାରିଙ୍କୁ କହିଥିଲେ । ସମୟ ଅନୁସାରେ ପରିବର୍ତ୍ତିତ ଶିକ୍ଷା ପ୍ରଣାଳୀକୁ ଗ୍ରହଣ କରିବା ସହିତ ସେଥିରେ ନିରନ୍ତର ସୁଧାର ଆଣିଥିବା ଏବଂ ଉଲ୍ଲେଖନୀୟ ପ୍ରଗତିକୁ ଅନୁଧ୍ୟାନ କରି (ଡିଟିଇଟି) ଟିମ୍ ସନ୍ତୋଷ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.