ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା ବ୍ଲକରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୧୦ ଜଣ ଦିବ୍ୟାଙ୍ଗ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୧୭ ଜଣ ଙ୍କୁ କମ୍ପ୍ୟୁଟର କରଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଛି। ।ବ୍ଲକର ୨୨ ଟି ପଞ୍ଚାୟତ ଓ ଖୋର୍ଦ୍ଧା ପୌର ପରିଷଦର ୨୨ ଟି ୱାର୍ଡର ଦିବ୍ୟାଙ୍ଗ ମାନେ ଏହି ଶିବିରରେ ପହଞ୍ଚିଥିଲେ । ପ୍ରମାଣପତ୍ର ପାଇଥିବା ଦିବ୍ୟାଙ୍ଗ ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ର ଲାଭ ଉଠାଇବା ସହ ଦିବ୍ୟାଙ୍ଗ ଭତ୍ତା, ଦିବ୍ୟାଙ୍ଗ ଋଣ ,ବସ ,ଟ୍ରେନ ପାସ,ଇତ୍ୟାଦି ସୁବିଧା ପାଇପାରିବେ । ବ୍ଲକ ଅଧ୍ୟକ୍ଷା ,ଶ୍ରୀମୟୀ ପ୍ରିୟଦର୍ଶିନୀ, ବିଡ଼ିଓ ଖିରାଧି ତନୟା ସାହୁ,ଏବିଡ଼ିଓ ଦେବେନ୍ଦ୍ର ପ୍ରଧାନ,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନାୟକ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହା ହୋଇଥିଲା।ଏହି ଶିବିର ରେ ୧୫୨ ଜଣ ଶାରୀରିକ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିଲା ବେଳେ ବିଶେଷଜ୍ଞ ଡାକ୍ତର ଙ୍କ ପରାମର୍ଶ ପରେ ୧୨୩ ଜଣ ଙ୍କୁ ପ୍ରମାଣ ପତ୍ର ପାଇଁ ବ୍ୟବସ୍ଥା କରାଯାଇଥିଲା।ସେହିପରି ଦୃଷ୍ଟି ବାଧିତ ଅକ୍ଷମ ୩୪ ଜଣ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୬ ଜଣଙ୍କୁ , ଶ୍ରବଣ ଓ ବାକ ଶକ୍ତି ପାଇଁ ୬୨ ଜଣ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୮ ଜଣ , ମାନସିକ ଅନଗ୍ରସର ୬୨ ଜଣ ପଞ୍ଜିକୃତ କରିଥିଲା ବେଳେ ୪୦ ଜଣ ଙ୍କୁ ପ୍ରମାଣପତ୍ର ପାଇଁ କମ୍ପ୍ୟୁଟର କରଣ କରାଯାଇଥିଲା।। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ,,ପ୍ରିୟଙ୍କା ପ୍ରିୟଦର୍ଶିନୀ,ବ୍ଲକର ସମସ୍ତ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଥା- ବିଭୁ ପ୍ରସାଦ ସୁବୁଦ୍ଧି,ମନୋରଞ୍ଜନ ଜେନା,ଜଳଯୋଗାଣ ବିଭାଗ ର କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲା ବେଳେ ସେହିପରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ର ଅସ୍ଥିଶଲ୍ୟ ଡାକ୍ତର ସୟଦ ସାହରୁଗ ଅହମ୍ମଦ ,ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଚନ୍ଦ୍ର ଶେଖର ପରିଡା,ଚକ୍ଷୁ ବିଭାଗ ଡାକ୍ତର ମମତାରାଣୀ ନାୟକ,ଡ଼ଃ ସରୋଜ ରଞ୍ଜନ ନାୟକ,ଡ଼ଃ ଆଲୋକ ଜ୍ୟୋତି ସାହୁ,ଅମୃତ ସ୍ତୁତି ପାତ୍ର, ଅୟଦକାନ୍ତ ଶତପଥୀ,ମଧୁସ୍ମିତା ପରିଡା,ଅଡିଓଲୋଜିଷ୍ଠ ଶକ୍ତି ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେବା ଯୋଗାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post