ଜଗତସିଂହପୁର ଅବକାରୀ ବିଭାଗର ବଡ଼ ସଫଳତା

0

ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ୧.୨୦୦କିଗ୍ରା ଗଞେଇ ଓ ଚୋରା ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ। ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ ହୋଇଛି l ଓଆଇସି ସ୍ମିତା ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିର୍ତୋଲ ଥାନା ଅନ୍ତର୍ଗତ ବିକିପୁର ଛକରୁ ୧.୨୦୦କିଗ୍ରା ଗଞେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା, ଯାହାର କଳାବଜାରୀ ମୂଲ୍ୟ ପ୍ରାୟ ୧୨୦୦୦ ଟଙ୍କା। ଏହି ଅଭିଯାନରେ ଅଜୟ କୁମାର ସାହାଣୀ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଘଟଣାରେ, ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ଛକରୁ ୮.୬୪୦ ଲିଟର ବିଦେଶି ମଦ ସହିତ ଗୋଟିଏ ଦୁଇ-ଚକିଆ ଯାନ ଜବତ କରିଛି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଓ ଘଟଣାସ୍ଥଳରୁ ଅବକାଶ ସ୍ୱାଇଁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ଓ ଚୋରା ମଦ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ।

Leave A Reply

Your email address will not be published.