ପୂର୍ବାଞ୍ଚଳ ଜୁନିୟର ଦୌଡକୁଦ ରେ ଅନନ୍ୟା ଙ୍କୁ ରୌପ୍ୟ ପଦକ

0

ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ସେପ୍ଟେମ୍ବର ୨୨ରୁ ୨୪ ଝାରଖଣ୍ଡ ରାଞ୍ଚି ର ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ 36ତମ କନିଷ୍ଟ ଦୌଡ଼କୁଦ ପ୍ରତିଯୋଗିତା ରେ ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ପୁରୁଣାଗଡ଼ ଗ୍ରାମର ପ୍ରଫୁଲ୍ଲ ଖଣ୍ଡାୟତରାୟ ଙ୍କ ସାନ ଝିଅ ଅନନ୍ୟା ଖଣ୍ଡାୟତରାୟ ୧ ବର୍ଷ ବାଳିକା ବର୍ଗ ରେ ଓଡିଶାରୁ ପ୍ରତିନିଧୂତ୍ବ କରି ହାଇଜମ୍ପ ରେ ୧.୪୩ ମିଟର ଡେଇଁ ରୋପ୍ୟ ପଦକ ହାସଲ କରିଛନ୍ତି ଏହି ପ୍ରତିଯୋଗିତା ରେ ମୋଟ ୧୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ଅନନ୍ୟା ଙ୍କ ବାପା ପ୍ରଫୁଲ୍ଲ ମଧ୍ଯ ଜଣେ ଜଣେ ଅନୁର୍ଜାତୀୟ ଦିବ୍ୟାଙ୍ଗ ପାରାକ୍ରୀଡ଼ାବିତ ଜିଲ୍ଲା, ରାଜ୍ୟ ଏବଂ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ଅନନ୍ୟା ଙ୍କ ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l

Leave A Reply

Your email address will not be published.