ଡାଲମିଆ ସିମେଣ୍ଟର ଜମି ଅଧୂଗ୍ରହଣ ମାମଲା: ତାତିଲେ ଆଦିବାସୀ, ୫ ପଞ୍ଚାୟତବାସୀ ଦେଲେ ଏତଲା

0 1

ରାଜଗାଙ୍ଗପୁର,23-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଲାଞ୍ଜିବେଣ୍ଡା ଚୂନଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣକୁ ବିରୋଧ କରି ତାତିଛନ୍ତି ଆଦିବାସୀ। ମଙ୍ଗଳବାର ସକାଳୁ ରାଜଗାଙ୍ଗପୁର ବ୍ଳକର ୫ଟି ପଞ୍ଚାୟତର ଲୁ ହାରଙ୍କ ଉପସ୍ଥିତିରେ ଗ୍ରାମସଭା ନିରପେକ୍ଷ ସମ୍ପନ୍ନ ହୋଇଥିବା ସହ ସଭାର ବିବରଣୀ ଠିକ ଭାବେ ଲେଖାଯାଇଥିବା ପ୍ରମାଣକୃତ କରି ଦସ୍ତଖତ କରିଥିଲେ। ଏ ବାବଦରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଭାବିତ ୫ଟି ପଞ୍ଚାୟତର ସରପଞ୍ଚମାନେ କରାଇଥିଲେ । ଯଦି ବିଡିଓଙ୍କୁ ଦୁଇ ପ୍ରକାର ସହ‌ମତି ଓ ଅସ‌ହମତି ତଥ୍ୟ ମିଳିଲା; ତେବେ ସରପଞ୍ଚଙ୍କ ଠାରୁ ବିଡିଓ ସ୍ପଷ୍ଟୀକରଣ ଲୋଡିବା କଥା। କିନ୍ତୁ ବିଡିଓ ସରପଞ୍ଚଙ୍କ ଠାରୁ କୌଣସି ସ୍ପଷ୍ଟୀକରଣ ନ ନେଇ ମନଗଢ଼ା ଅଭିଯୋଗ ଆଧାରରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । କୌଣସି ସୂଚନା ନ ଦେଇ ଏବଂ ଜମି ମାଲିକଙ୍କ ସ‌ହ‌ମତି ବିନା ପ୍ରସ୍ତାବିତ ଜମିଗୁଡ଼ିକୁ ପ୍ରଭାବିତ ଗ୍ରାମବାସୀଙ୍କ ରୟତି ଖାତାରୁ ପୁଗୁଡ଼ିକୁ କାଟି ଏସ୍ଏସ୍ ଡିସିବିଏଲ କମ୍ପାନି ଖାତାରେ ଦରଜ କରି ଦେଇଛନ୍ତି। ଯେଉଁଥି ପାଇଁ ୫ ପଞ୍ଚାୟତର ରୟତ ଜମି ମାଲିକମାନେ ଜୀବିକା ହରାଇଛନ୍ତି। ତେଣୁ ଏହାର ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଏହାକୁ ନେଇ ଥାନାରେ ଏତଲା ଦେଇଛନ୍ତି । ଝଗରପୁର, କୁକୁଡ଼ା, କେଶ୍ରାମାଲ ଓ ଅଲଣ୍ଡାର ସରପଞ୍ଚଙ୍କ ନେତୃତ୍ବରେ ଶତାକ ପ୍ରଭାବିତ ଗ୍ରାମବାସୀ ଥାନାରେ ପହଞ୍ଚି ପୃଥକ ଏତଲା ଦେଇଥିଲେ। ଏ ବାବଦରେ ପ୍ରଭାବିତ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୋଟ ୩୬ଜଣ ଥାନାରେ ଲିଖୀତ ଏତଲା ଦେଇଥିବା ସୂଚନା ମିଳିଛି।
ଲୋକଙ୍କ ଅଭିଯୋଗ ମୁତାବକ, ୨୪ ଜାନୁଆରୀ ୨୦୨୦ରେ ରାଜଗାଙ୍ଗପୁର ଡାଲମିଆର ଲାଞ୍ଜିବେର୍ଷା ଚୂନ ଖଣି ସମ୍ପ୍ରସାରଣ ନେଇ ଜମି ଅଧୁଗ୍ରହଣ ପ୍ରସ୍ତାବ ବାବଦରେ ସ୍ଥାନୀୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ଏହାକୁ ସର୍ବସମ୍ମତିରେ ନାକଚ କରାଯାଇଥିଲା। ସେ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ନୋଡାଲ ଅଫିସର ତଥା ତତ୍କାଳୀନ ରାଜଗାଙ୍ଗପୁର ବିଡିଓ ପୀୟୂଷ ଗ୍ରାମସଭାର ବିବରଣୀ ନକଲରେ ଦସ୍ତଖତ କରି ରାଜଗାଙ୍ଗପୁର କାର୍ଯ୍ୟାଳୟରେ ଦାଖଲ କରିଥିଲେ। କିନ୍ତୁ ପରେ ଯେଉଁମାନେ ଗ୍ରାମସଭାରେ ଉପସ୍ଥିତ ଥିଲେ ଏବଂ କମ୍ପାନିକୁ ତାଙ୍କ ରୟତ ଜମି ଦେବାକୁ ଚାହୁଁ ଥିଲେ ସେମାନଙ୍କ କଥାକୁ ଗ୍ରାମସଭାରେ ସଭାପତି ସୁଯୋଗ ଦେଇ ନଥୁବା ନେଇ ବିଡିଓ କାର୍ଯ୍ୟାଳୟକୁ ରେଜିଷ୍ଟ୍ରି ପୋଷ୍ଟରେ ଅଭିଯୋଗ ପଠାଇଥିବା ନେଇ ବିଡିଓ ପତ୍ରସଂଖ୍ୟା ୩୦୫ ତା: ୪୨୨୦ରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ଜଣାପଡିଛି |

Leave A Reply

Your email address will not be published.