ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ୨୧ ସେପ୍ଟେମ୍ବର ୨୦୨୫, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ରାଜ୍ୟ କମିଶନର ଡ଼ଃ କାଳୀ ପ୍ରସାଦ ମିଶ୍ର ଓ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥିଲା।
ଶାନ୍ତିର ସନ୍ଦେଶ ପ୍ରଚାର ପାଇଁ “ଶାନ୍ତିରେ ଅଛି ସମୃଦ୍ଧି”, “ଶାନ୍ତି ହେଉଛି ସତ୍ୟ ଶକ୍ତି”, “ଶାନ୍ତିର ପଥରେ ମାନବତାର ଜୟ” ପରି ସ୍ଲୋଗାନ ସହିତ ଗଜପତି ଜିଲ୍ଲାର ସମସ୍ତ ସ୍କାଉଟ୍ ଓ ଗାଇଡ୍ସ୍ ମାଷ୍ଟରଙ୍କ ନେତୃତ୍ୱରେ ଏକ ଶାନ୍ତି ପଦଯାତ୍ରା ଆୟୋଜିତ ହୋଇଥିଲା।
ଏହି ପଦଯାତ୍ରା ଜିଲ୍ଲା ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଡିଓସି ଶ୍ରୀ ପ୍ରିୟଦର୍ଶୀ ମିଶ୍ର , ଯୁଗ୍ମ ସମ୍ପାଦକ ଶ୍ରୀ ପରମେଶ୍ୱର ନାୟକ , ଶ୍ରୀ କିଶୋର ଚନ୍ଦ୍ର ଦାସ , ଶ୍ରୀ ସୁଦୀପ୍ତ କୁମାର ବାରିକ , ଶ୍ରୀ ଆଦିତ୍ୟ ନାରାୟଣ ବେହେରା , ଶ୍ରୀ ବାସୁଦେବ ରେଡ଼ି , ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଶ୍ରୀ ରାମୋଜୀ ରମେଶ , ଶ୍ରୀ ଅଶୋକ କୁମାର ଗୌଡ଼ , ଶ୍ରୀ ରାଜ କିଶୋର ପାତ୍ର , ଗାଇଡ୍ କ୍ୟାପଟେନ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସହ ସମସ୍ତ ସ୍କାଉଟ୍ ଓ ଗାଇଡ୍ମାନଙ୍କ ଅଂଶଗ୍ରହଣରେ ସଫଳତାର ସହିତ ପରିଚାଳିତ ହୋଇଥିଲା।
ପରିଶେଷରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ନବରତ୍ନ ମଣ୍ଡପ ଏବଂ ମହାରାଜାଙ୍କ ପ୍ରତିମୂର୍ତ୍ତି ସମୂହକୁ ପରିଷ୍କାର ଓ ପରିଚ୍ଛନ୍ନ କରାଯାଇଥିଲା। ସମସ୍ତଙ୍କୁ ଧନ୍ୟବାଦ ଜଣାଇ , “ମା’ ପାଇଁ ଗଛ ଟିଏ” ଲଗାଇବା ସହିତ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଯାଇଥିଲା।
Sign in
Sign in
Recover your password.
A password will be e-mailed to you.