ମାର୍କେଟ ୟାର୍ଡ଼ ଓ ସାପ୍ତାହିକ ହାଟର ଉନ୍ନତି କରଣ ନେଇ ବୈଠକ ଅନୁଷ୍ଠିତ ।

3

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ – ଆରଏମସି ଅଧିନସ୍ତ ସାପ୍ତାହିକ ହାଟର ଉନ୍ନତି କରଣ ତଥା ଭଡା ସୂତ୍ରରେ ଦିଆଯାଉଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସଂକ୍ରାନ୍ତରେ ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଆରଏମସି ଅଧିନସ୍ତ ମାର୍ଶାଘାଇ , ନଈଁନ୍ଦପୁର , ହରିପୁର , ଆଳି , ଚାନ୍ଦୋଳ, ପଟ୍ଟାମୁଣ୍ଡାଇ ମାର୍କେଟ ୟାର୍ଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା | ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା,ବିଦ୍ୟୁତ, କଂକ୍ରିଟ ରାସ୍ତା, ଦୋକାନ ଗୃହ ଗୁଡିକର ମରାମତି ସମେତ ବକେୟା ଘର ଭଡା ପ୍ରଦାନରେ ଅହେତୁକ ଅବହେଳା ପାଇଁ ନୋଟିସ ପ୍ରେରଣ, ଦୋକାନ ଘରର ଆଲଟମେଣ୍ଟ ଆଦେଶ ଖାରଜ ସମେତ ଅନ୍ୟ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା | ବିଭିନ୍ନ ମାର୍କେଟ ୟାର୍ଡ଼ର ସଦସ୍ୟ ଯଥା ରଣେନ୍ଦ୍ର କୁମାର ସ୍ୱାଇଁ, ସୁନାକାର ଗାହାଣ, ସୁରେନ୍ଦ୍ରନାଥ ଦାସ, ପ୍ରଶାନ୍ତ ବେହେରା, ପ୍ରକାଶ କୁମାର ଶତପଥୀ, ରବୀନ୍ଦ୍ର କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ଅଭିମନ୍ୟୁ ସାହୁ, ଲିଙ୍ଗରାଜ ଶତପଥୀ, ସନ୍ତୋଷ ମାହାଳି,ସରୋଜକାନ୍ତ ଦାସ, ବାବୁବାହାନ ସରଙ୍ଗୀ, ଅନନ୍ତ କୁମାର ରଥ, ତରୁଣ କୁମାର ଶଥପଥୀ, ବସନ୍ତ କୁମାର ଓଝା, ହବେଶ ପଲ୍ଲାଇ, ଶିବାଶିଷ ମହାନ୍ତି, ଲଲାଟେନ୍ଦୁ ନାୟକ, ବିଶ୍ଵମୋହନ ଦାସ, ସୁଦୀପ୍ତ କୁମାର ନାୟକ, ବସନ୍ତ କୁମାର ନାୟକ, ସଞ୍ଜୟ କୁମାର ଗିରି, ସଞ୍ଜୟ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ଦିଗାମ୍ବର ତରା଼ଇ, ଵୀରକିଶୋର ସ୍ୱାଇଁ, ନରେନ୍ଦ୍ର କୁମାର ମଲ୍ଲିକ, ମୁରଲୀଧର ସାହୁ, ଜିତେନ୍ଦ୍ର କୁମାର ଦାସ ସହଯୋଗ କରିଥିବା ବେଳେ ଆରଏମସି ସମ୍ପାଦକ ବିଦ୍ୟାଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.