ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପ ଠାରେ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନିଫା”ର ରୌପ୍ଯଜୟନ୍ତୀ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହା ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ହରିଆଣାର କର୍ଣ୍ଣଲ ଠାରେ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୨୫୦୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।
ଏହି ଅନୁଷ୍ଠାନର ଚେୟାରମ୍ଯାନ ଶ୍ରୀ ପ୍ରୀତପାଲ୍ ସିଂ ପାନ୍ନୁ ଓ ବରେଣ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ପରେ ମହାରାଷ୍ଟ୍ରରୁ ଆସିଥିବା କଳାକାରମାନେ କଥକ ଓ ଆସାମର କଳାକାରମାନେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହି ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ଯେକ ରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷ ଯୁବ ସ୍ବେଚ୍ଛାସେବୀଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା।
ଏହି କ୍ରମରେ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ସମୂହରେ ପୁରୁଷ ବିଭାଗରେ ଓଡ଼ିଶା ରାଜ୍ଯ ପାଇଁ ପାରଳାଖେମୁଣ୍ଡିର ଶିକ୍ଷକ ତଥା ଯୁବସ୍ବେଚ୍ଛାସେବୀ ଶ୍ରୀ ଗାବାରା ନବୀନ କୁମାର ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ।
ଏହି ଅବସରରେ ନିଫା ଗଜପତିର ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ର ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେ ଜନସାଧାରଣଙ୍କ ସେବା କରି ସମସ୍ତଙ୍କର ପ୍ରିୟପାତ୍ର ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post