ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ : ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ ଆରମ୍ଭ

0

ନୂଆପଡ଼ାରୁ ଜିଲ୍ଲା ପ୍ରତିନିଧି ଅମିତ କୁମାର ପୁରୋହିତ 

  କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ ହୋଇ ଯାଇଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରତି ବୈମାତୃକ ମନୋଭାବ  ପୋଷଣ କରି ରାଜ୍ୟର ଲକ୍ଷାଧିକ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ମେଧାବୀ ବୃତ୍ତି ଅନୁଦାନକୁ ବନ୍ଦ କରିଛନ୍ତି । ଏହାକୁ ବିରୋଧ କରି ବିଜେଡି ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଲୋକଙ୍କ ମତାମତ ନେବା ପାଇଁ ‘ମୋ ଭବିଷ୍ୟତ ସ୍ୱାକ୍ଷର ଅଭିଜାନ’ ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଖରିଆରରୋଡ ଏନଏସି ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ଟାଉନ ସଭାପତି ଶିବ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ  ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ନିଗମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଜେଡି ଯୁବନେତା ଗଙ୍ଗରାମ ସାହୁ, ମହମ୍ମଦ ସୁଲତାନ, ଜ୍ଞାନସିଂ ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସ୍ଥାନୀୟ ନେସନାଲ କଲେଜ ଠାରେ ବିକାଶ ଭାଇଙ୍କ ନେତୃତ୍ୱରେ ଦସ୍ତଖତ ଅଭିଜାନ ଆରମ୍ଭ ହୋଇଥିଲା । ସେହିପରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଯୁବ ନେତା ତପନ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ  ରାଜ୍ୟ ବିଜେଡି ସମ୍ପାଦକ ସରୋଜ କୁମାର ସାହୁ ମୁଖ୍ୟ ଅତିଥି, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ନିଗମ, ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ରୋମାଞ୍ଚ ରଂଜନ ବିଶ୍ୱାଲ, ଛାତ୍ର ବିଜେଡି ସହର ସଭାପତି ମୁକେଶ ସହିସ, ଯୁବନେତା ନିଶାନ୍ତ ଡାଗା, ପ୍ରକାଶ ଠାକୁର, ସେହବାଜ ହୁସେନ, ରଂଜିତ ସୁନା, ଅଜିତ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି କୋମନାରେ ଯୁବ ବିଜେଡି ବ୍ଲକ ସଭାପତି ମୁରଲିଧର  ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କଲେଜ ଠାରେ ‘ମୋ ଭବିଷ୍ୟତ  ସ୍ୱାକ୍ଷର ଅଭିଜାନ’ ଆରମ୍ଭ ହୋଇଥିଲା । ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଐତିହାସିକ ଅନ୍ୟାୟ ଓ ବୈଷମ୍ୟକୁ ବିରୋଧ କରି ଆଗାମୀ ଦିନରେ ରାଜ୍ୟବ୍ୟାପୀ  ଯୁବ ସମାଜ ଆନ୍ଦୋଳନକୁ ଓହ୍ଲାଇ ଜବାବ ଦେବେ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଶ୍ରୀ ନିଗମ କେନ୍ଦ୍ର ସରକାରଙ୍କୁ ଚେତବାନୀ ଦେଇଛନ୍ତି । ଆଜି ପ୍ରଥମ ଦିନରେ ଜିଲ୍ଲାରେ ୧୩ ହଜାରୁ ଉର୍ଦ୍ଧ ଦସ୍ତଖତ ସଂଗ୍ରହ ହୋଇଥିବା ବେଳେ ଆସନ୍ତା କାଳି ୨୦ ହଜାରୁ ଉର୍ଦ୍ଧ ସଂଗ୍ରହ କରିବାକୁ ଲକ୍ଷ୍ୟ  ରହିଛି ବୋଲି ଶ୍ରୀ ନିଗମ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.