ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଗାତ, ରୋଗୀ ହୁସିଆର ହେବାକୁ ଅନୁରୋଧ।

3

କେନ୍ଦୁଝର, ତା୨୧/୯- କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଓପିଡ଼ି ଟିକେଟ କାଉଣ୍ଟରକୁ ଯିବାକୁ ଥିବା ପ୍ରବେଶ ପଥ ରାମ୍ପକୁ ଲାଗି ଡ୍ରେନ ଉପରେ ଏକ ଗାତ ହୋଇଯାଇଛି। ଭଙ୍ଗା ସ୍ଲାବ ଏଠାରେ କେବେଠାରୁ ହଟା ନଯାଇ ଏହା ଉପରେ ଏକ ଭଙ୍ଗା ପ୍ଳାଇ ବୋର୍ଡ଼ ପକେଇ ଦିଆଯାଇଛି। ତେଣୁ ଅନେକ ରୋଗୀ ଓ ସାଧାରଣ ଲୋକ ଏଥିରେ ପଡ଼ି ଗଲେଣି ବୋଲି ଅଭିଯୋଗ ହେଉଛି। ମେଡିକାଲ ସାମ୍ନାରେ ବିପଜ୍ଜନକ ଭାବେ ଏହି ଗାତ ଥିଲେ ମଧ୍ୟ ମ୍ୟାନେଜର ଆଖିବୁଜି ଦେଇଥିବାରୁ କେନ୍ଦୁଝର ନାଗରିକ ମଞ୍ଚର ଦିଲୀପ କୁମାର ସାହୁ ଏହାକୁ ନିନ୍ଦା କରି ତୁରନ୍ତ ଏହି ମରଣ ଗାତ ବନ୍ଦ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.