ବାରିପଦା- ତା- ୨୦/୦୯/୨୦୧୮ ରିଖ ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁକୁ ନେଇ ସାରା ବିଶ୍ୱ ଚିନ୍ତିତ ଯାହାର ଏକ ମାତ୍ର ସମାଧାନ ବୃକ୍ଷ ରୋପଣ I ସେଇ ଧାରାରେ ସାରା ଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି I ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିବସରେ ଦେଶସାରା “ଏକ୍ ପେତ୍ ମାଁ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରିପଦା ନିକଟସ୍ଥ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଚୈତନ୍ୟ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, କର୍ମଚାରୀ, ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ମିଳିତ ଭାବେ ୨୧୬ ଚାରାଗଛ ଓ ୨୦୦ ତାଳ ମଞ୍ଜି ରୋପଣ କରିଥିଲେ I ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନାଥ ଦତ୍ତଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଲ୍ଲୀ ମାଝୀ, ସମାଜସେବୀ ପ୍ରଧାନ ମାଝୀ, ସଦର ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଜିଲ୍ଲା ଯୁବ ରେଡକ୍ରସ ଅଧିକାରୀ ରାଜେଶ୍ ଦାଶ୍, ଏନ ଏସ ଏସ ର ପ୍ରୋଗ୍ରାମ ଅଫିସର ଗୋବିନ୍ଦ ଜୁ୍ଝାର ସିଂ, ଅଧ୍ୟାପକ ଗୋପୀନାଥ ବିଶ୍ୱାଳ, ଗଣେଶ ଚନ୍ଦ୍ର ବାରିକ୍ , ଚନ୍ଦ୍ରଶେଖର ମହାନ୍ତ, ବିଶ୍ଵ ରଞ୍ଜନ ମହାନ୍ତ, ବିକାଶ ଦାସ, ନମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
୨ୟ ଦିନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ଯୁବ ସମାଜର ଭୂମିକା” ବିଷୟ ଉପରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ୩ୟ ଦିନ ୩୫ ଟି ନୂତନ ଚାରାଗଛ ରୋପଣ କରାଯାଇଥିଲା I ୪ର୍ଥ ଦିନ ଏକ ଵିଶାଳ ସଚେତନତା ଶୋଭାଯାତ୍ର ଗାଁ ପରିକ୍ରମା କରିବା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ବଜ୍ରାଘାତ ଓ ସର୍ପାଘାତ ଜନିତ ମୃତ୍ୟକୁ ରୋକିବା ପାଇଁ ଉପଦେୟ ତଥ୍ୟ ଓ କୌଶଳ ସମ୍ବନ୍ଧରେ ଆଲୋଚନା କରିଥିଲେ I ବିଶ୍ୱନାଥ ଶେଜପଡା, ମନ୍ମଥ ମହାନ୍ତ, ପୁରେନ୍ଦ୍ର ମହାନ୍ତ ଇନ୍ଦ୍ରମଣି ମାଝୀ ଓ ସାମ୍ବରାୟ ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ I
Sign in
Sign in
Recover your password.
A password will be e-mailed to you.