ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଦିବଂଗତ ତ୍ରିନାଥ ସାହୁଙ୍କର ୧୬ ତମ ପୂଣ୍ୟତିଥି ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ସର୍ବ ପ୍ରଥମେ ତାଙ୍କର ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏହି ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ପାଇଁ ତ୍ରିନାଥ ସାହୁ ବ୍ୟକ୍ତିଗତ ଭାବେ କିଭଳି କର୍ତ୍ତବ୍ୟ ପାଳନ କରିଥିଲେ ତାହା ବର୍ଣ୍ଣନା କରିଥିଲେ ଏବଂ ଏହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ଦିବଂଗତ ସାହୁଙ୍କର ଜୀବନୀକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ପାରଳାରେ ତାଙ୍କ ଦ୍ବାରା ଶିକ୍ଷା ଓ ସାଙ୍ଗଠନିକ କ୍ଷେତ୍ରରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା ସେ ବିଷୟରେ ଆଲୋକପାତ କରିଥିଲେ ।
ସେହିପରି ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଏବଂ ଡ଼ କଲ୍ୟାଣୀ ମିଶ୍ର ତାଙ୍କର ସଚ୍ଚୋଟତା , ସାଧୁତା , କର୍ତ୍ତବ୍ୟ ପରାୟଣତା , ସମାଜସେବା ଓ ଲୋକ କଲ୍ୟାଣକର କାର୍ଯ୍ୟ ସହିତ ବେରୋଜଗାର ଯୁବପିଢିଙ୍କୁ କିପରି ଭାବରେ ରୋଜଗାରକ୍ଷମ କରାଇପାରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ଆଜିର ଦିନରେ ଅର୍ଥାତ୍ ତା ୨୧-୯-୨୦୨୫ ଦିବଂଗତ ଆତ୍ମାର ସଦଗତି କାମନା କରି ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତାଙ୍କର ସ୍ମୃତି ଚାରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ସାଗର ସିମେଣ୍ଟ ପକ୍ଷରୁ ବ୍ୟାପାରୀ ଓ ଠିକାଦାର ମାନଙ୍କୁ ନେଇ ଆଚିଭମେଣ୍ଟ ଗିଫ୍ଟ ସ୍କିମ କାର୍ଯ୍ୟକ୍ରମ ଅନୁଷ୍ଠିତ
Next Post