(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର – ଦୀର୍ଘ ୪୪ ବର୍ଷଧରି ସେବା ଯୋଗେଇ ଆସୁଥିବା ସାଗର ସିମେଣ୍ଟ ପକ୍ଷରୁ ଗୁଣପୁର ଠାରେ ବ୍ୟାପାରୀ, ରାଜମିସ୍ତ୍ରୀ ଓ ଠିକାଦାର ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାl ଗୁଣପୁର ଅଞ୍ଚଳରେ ସାଗର ସିମେଣ୍ଟର ବିକ୍ରୟ ପରିମାଣ ପ୍ରାୟ 3000 ମେଟ୍ରିକ ଟନ୍ ରୁ ଅଧିକ ହେଉଅଛିl ଏନେଇ ବ୍ୟାପାରୀ, ଠିକାଦାର ତଥା ମିସ୍ତ୍ରୀ ମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ କମ୍ପାନୀ ପକ୍ଷରୁ ଆଚିଭମେଣ୍ଟ ଗିଫ୍ଟ ନାମକ ଏକ ଯୋଜନା କରାଯାଇଛିl ଆୟୋଜିତ କାର୍ଯ୍ୟକ୍ରମରେ 50ରୁ ଉର୍ଦ୍ଧ ବ୍ୟବସାୟୀ, ଠିକାଦାର ସମେତ ରାଜମିସ୍ତ୍ରୀ ଉପସ୍ଥିତ ଥିଲେl ସେଲସ ପ୍ରମୋଟର ଏଲ. ରମେଶ ଓ ଆଶିଷ ପାଢ଼ୀ, ଡିଲେର ଏସ. ଶ୍ରୀନିଭାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜମିସ୍ତ୍ରୀ ମାନଙ୍କୁ ୱାସିଙ୍ଗ ମେସିନ, ଫ୍ରୀଜ଼, କୁଳେର, ଇଣ୍ଡକ୍ସନ ଷ୍ଟୋବ, ଆଇରନ, ଫେନ ଭଳି ଅନେକ ଉପହାରର ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମରେ ସାଗର ସିମେଣ୍ଟର ରିଜିଓନାଲ ମେନେଜେର ଗୋପୀନାଥ ପାତ୍ର ଉପସ୍ଥିତ ରହିଥିବା ବେଳେ ସେଲସ ଅଫିସର କେ. କ୍ରାନ୍ତି କୁମାର ପରିଚାଳନା କରିଥିଲେl
Sign in
Sign in
Recover your password.
A password will be e-mailed to you.