ଚୋରା କାଠଚାଲାଣ ଜଣେ ଗିରଫ

3

ରାଜଗାଙ୍ଗପୁର/ତା : ୨୦-୦୯-୨୫.( ବିଷ୍ଣୁ ଭୋମିକ): ରାଜଗାଙ୍ଗପୁର ବନ ଅଞ୍ଚଳରେ କାଠ ଚୋରା ଚାଲାଣ ବହୁ ମାତ୍ରାରେ 1ତ୍ରାରେ ହେଉଥିବା ବେଳେ ଗତକାଲି କୌଣସି ସୂତ୍ରରୁ ବନବିଭାଗ ଖବଉପାଇ ରାଜଗାଙ୍ଗପୁର ବନ ଉପଖଣ୍ଡ ଅଧିକାରୀ ଗୁରୁ ଚରଣ ମଣ୍ଡଳଙ୍କ ନେତୃତ୍ବରେ ମାଲଡ଼ିହି ପଞ୍ଚାୟତର ଗେତୁ ପାଣି ଛକରେ ଜଗି ବସିଥିଲେ। ବନ କର୍ମଚାରୀ ଚୋରାକାଠ ଭରି ପିକଫ ଭ୍ୟାନ ନମ୍ବର ଓଡି ୧୪-ଏଏ-୦୨୩୨ ନେଇ ଆସୁଥିବା ବେଳେ ପୂର୍ବରୁ ଜଗି ବସି ଥିବାବେଳେ ବନ କର୍ମଚାରୀ ଗାଡିକୁ ଅଟକାଇ ଥିଲେ । ଗାଡିକୁ ଯାଞ୍ଚ କରିବା ବେଳେ ଗାଡି ଭିତରେ ୪୩ ଖଣ୍ଡ ଶାଳ କାଠର ଯାହାକି ସମସ୍ତ କାଠ ଘର ଚୌକାଠ ମୁତାବକ କଟାଯାଇଥିବା ଦେଖିବାକୁ ମିଳି ଥିଲା। ତାହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଗାଡି ସହ ଗାଡି ଚାଳକ କୁମାରକେଲା ନିବାସୀ ପ୍ରତାପ ଲୋହାରୀ (୩୨) କୁ ଗିରଫ କରି ରାଜଗାଙ୍ଗପୁର ବନ କାର୍ଯ୍ୟାଳୟକୁ ନେଇ ଆସି ଥିଲେ। ସେଠାରେ ସମସ୍ତ ତଥ୍ୟ ବୁଝିବା ପରେ ବିଭିନ୍ନ ଦଫା ଦେଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ରାଜଗାଙ୍ଗପୁର ଫରେଷ୍ଟର ବିଜୟ କୁମାର କୋଠି, ଫରେଷ୍ଟ ଗାର୍ଡ ବିଶ୍ୱଜିତ ସ୍ବାଇଁ ଓ ସିଫା ମିଞ୍ଜି ପ୍ରମୁଖ ଅଂଶ ଗ୍ରହଣ କରିଥିବା ଜଣାଯାଇଛି।

Leave A Reply

Your email address will not be published.