ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

3

 ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ୍ ବାହାଦୁର ଖୁରାନିଆ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ପଡ଼ିଆ କୁ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲା ପୋଲିସ ଏସପି ଶୁଭେନ୍ଦୁ ପାତ୍ର, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞୟ କୁମାର ଓ ବ୍ରହ୍ମପୁର ଆଇ ଜି ନିତିନ୍ ଶେଖର ଙ୍କ ସହ ଆଲୋଚନା କରିଛନ୍ତି।ଏଥି ସହିତ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ମାଓବାଦୀଙ୍କ ମୁକାବିଲା ପରିସ୍ଥିତିରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରେମ୍ ସିଂ ମାଝୀ ଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ମାନଙ୍କ ସହ ଯବାନ ର ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ ଓ ସାହାସ୍ ର ମାଓବାଦୀଙ୍କ ସହ ମୁକାବିଲା କରି ଗୁରୁତର ଆହତ ଯବାନଙ୍କ ସାହାସିକତା କୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.