ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ଗଣିତ ଇଂରାଜୀ ବିଷୟରେ ଅଧିକରୁ ଅଧିକ ଦକ୍ଷ କରିବା ପାଇଁ ଷ୍ଟେମ ଶିକ୍ଷା ମାଧ୍ୟମରେ ଶିକ୍ଷା ପ୍ରଦାନ ଲକ୍ଷ ନେଇ ରାଜ୍ୟର ଅନ୍ୟତମ ବେସରକାରୀ ଅନୁଷ୍ଠାନ ଓଡିଶା ରାଇଜିଂ ଫାଉଣ୍ଡେସନ ଭୁବନେଶ୍ୱର ତାହାର ପ୍ରଚେଷ୍ଟା ଜାରି ରଖିବା ସହ କଳାହାଣ୍ଡି ଶିକ୍ଷା ବିଭାଗ ସହ ଏକ ପ୍ରଶିକ୍ଷଣ ଷ୍ଟେମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ପୋଲିସ ହାଇସ୍କୁଲ ଠାରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ଏଡିଇଓ ପବିତ୍ରମୋହନ ସାହୁ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ଦୁଷ୍ମନ୍ତ ଶେଖର ପାଢୀ, ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ, ଡିଇଓ କାର୍ଯ୍ୟାଳୟର ସେକେଣ୍ଡାରୀ ବିଦ୍ୟାଳୟ ଇନ୍ଚାର୍ଯ୍ୟ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ଓଡିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ପୋଗ୍ରାମ୍ ଲିଡର୍ ପ୍ରଜ୍ଞା ପୁର୍ବାଶା ତ୍ରିପାଠୀ, ଅନ୍ୟତମ କଳାହାଣ୍ଡି ପ୍ରୋଗ୍ରାମ ଲିଡର୍ ଆଦିତ୍ୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସମସ୍ତ କଳାହାଣ୍ଡି ଜିଲ୍ଲାର ଡି.ଆର୍.ଜି. ମେମ୍ବରକୁ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଉପସ୍ଥିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଉପସ୍ଥିତ ଅଧିକାରୀମା ଷ୍ଟେମ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଯଥା ଡିଆର୍ଜି ମେମ୍ବର ଉପସ୍ଥିତ ଥିଲେ। ଏହା ପରବର୍ତ୍ତି ସମୟରେ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଛି। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ଓ ବିଦ୍ୟାଳୟସ୍ତରରେ ଷ୍ଟେମସ୍ କ୍ଲବ ଖୋଲାଯିବ ବୋଲି ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ। ଶେଷରେ ଓଡିଶା ରାଇଜିଂ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋଗ୍ରାମ ଲିଡର୍ ଆଦିତ୍ୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.