ଜୀବନବ୍ୟାପୀ ଫଟୋଗ୍ରାଫି ସମ୍ମାନରେ ବିମ୍ବାଧର ସମ୍ମାନିତ

3

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୫ ବର୍ଷ ହେବ ଏରସମା ବଜାରରେ ବିମ୍ବା ଷ୍ଟୁଡିଓ ନାମରେ ଷ୍ଟୁଡିଓ କରି ବିମ୍ବାଧର ଆଜି ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଜୀବନବ୍ୟାପୀ ଫଟୋଗ୍ରାଫି କଳାରେ ସେ ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଅଟନ୍ତି । କାରଣ ସେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବାରୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ସମୟର ଅନେକ ଡକୁମେଣ୍ଟାରି ଫଟୋ ଉତ୍ତୋଳନ କରି ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି । ତାଙ୍କୁ ରାଜ୍ୟ ସ୍ତରୀୟ ଆସୋସିଏସନ୍, ଓଡିଶା ଫଟୋଗ୍ରାଫିକ୍ ସିଣ୍ଡିକେଟ ଦ୍ଵାରା ଆୟୋଜିତ ଫୋଟୋ ମେଳା ସ୍ଥାନ ସୋଆ କନଭେନସନ ସେଣ୍ଟର, ଭୁବନେଶ୍ଵରରେ ଆୟୋଜିତ ହୋଇଥିବା ଫଟୋ ମେଳାରେ ଶ୍ରୀ ଖଣ୍ଡୁଆଳ ଙ୍କୁ ତାଙ୍କ କଳା ପାଇଁ ଜୀବନବ୍ୟାପୀ ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ଗ୍ରହଣ ସମୟରେ ଶ୍ରୀ ଖଣ୍ଡୁଆଳ ଭାବ ବିହ୍ଵଳ ହୋଇଯାଇଥିଲେ । ଓଡିଶା ଫଟୋଗ୍ରାଫିକ୍ ସିଣ୍ଡିକେଟ ଜଗତସିଂହପୁର ଜିଲା ସଂଯୋଜକ ରାଜକିଶୋର ପ୍ରଧାନଙ୍କ ସମେତ ବିଭିନ୍ନ ମହଲରୁ ଶ୍ରୀ ଖଣ୍ଡୁଆଳ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.