ଜଗତସିଂହପୁର,ତା-୧୮.୦୯.୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅଧିନସ୍ଥ ଖଇରଙ୍ଗ ଗ୍ରାମ ପଂଚାୟତରେ ଆଜି ଓଡିଶାଗଡା ଆୟୁଷ୍ମାନ ମନ୍ଦିର ରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଲିପକ କୁମାର ସହୂ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସରୋଜ କାନ୍ତ ବାରିକ, ଆୟୁଷ ମନ୍ଦିର ପିଏଚସିରେ ଶାଳଜଙ୍ଗ ଜିପିର କାଯ୍ୟକର୍ତ୍ତା ଶ୍ରୀଯୁକ୍ତ ରାକେଶ ନାଥ (ସିଏଚଓ), ସୁଭାଷିନୀ ସହୂ ଓ ହରପ୍ରିୟା ମାଝୀ ( ଏମପିଏଚଡବ୍ଲୁ(ଏଫ)) ଉପସ୍ଥିତ ଥିଲେ. ଏଠାରେ ଓଡିଶା ଗଡ ଗ୍ରାମ ର ସମସ୍ତ ମହିଳା ମାନଙ୍କର ମାଗଣା ରେ ଏନସିଡି,ଟିବି ,ଏନିମିଆ, ନ୍ୟୁଟ୍ରିସନ ସ୍କ୍ରିଙ୍ଗ କରାଗଲା I ଡାକ୍ତର ସରୋଜ କାନ୍ତ ବାରିକ ସମସ୍ତ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଲେଖିଥିଲେ. ଶ୍ରୀଯୁକ୍ତ ରାକେଶ ନାଥ (CHO ) ଏହିଁ କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୁପେ ପରିଚାଳନା କରିଥିଲେ I ତାଙ୍କୁ ମହିଳା ସ୍ବାସ୍ଥ୍ୟ କର୍ମୀ ସୁଭାଷିନୀ ସାହୁ , ହରିପ୍ରୀୟ ମାଝୀ ସହାୟତା କରିଥିଲେ I ଆଶା ଦିଦି ରୁଦ୍ରଣି ମହାନ୍ତି ଓ ଅଙ୍ଗନବାଡି ଦିଦି ତନୁଜା ମହାନ୍ତି ଗ୍ରାମ ବାସୀ ମାନକୁ ଡାକିବା ରେ ସାହାଯ୍ୟ କରିଥିଲେ I ଶେଷରେ ସମସ୍ତଙ୍କୁ ଧନ୍ୟ ବାଦ ଅପର୍ଣ ପୂର୍ବକ ସଭା ସାଙ୍କ କରାଗଲା I
Sign in
Sign in
Recover your password.
A password will be e-mailed to you.