କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଡେରାବିଶ ମଣ୍ଡଳ ଶିକ୍ଷାବିଭାଗ ଅଧୀନରେ ୨୦୧୭ ମସିହାରୁ ୫ମ ଶ୍ରେଣୀ ଏକ୍ସ୍-କ୍ୟାଡ଼ର ଭିତ୍ତିରେ କାର୍ଯ୍ୟରତ ପ୍ରାୟ ୬୦ରୁ ଅଧିକ ଶିକ୍ଷକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ମିଳିଛି, ୨୦୨୩ ମସିହାରୁ ସେମାନଙ୍କର ଦରମାର ୧୦% ରାଶି ଜାତୀୟ ପେନସନ ସିଷ୍ଟମ (NPS) ନାମରେ କଟୁଥିବା ସତ୍ୱେ, ଆଜି ପର୍ଯ୍ୟନ୍ତ ସେହି ରାଶି ସମ୍ବନ୍ଧିତ ଆକାଉଣ୍ଟ୍ରେ ଜମା ହୋଇନାହିଁ। ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଦରମାରୁ କୌଣସି NPS କଟା ହୋଇନଥିଲା। କିନ୍ତୁ ୨୦୨୩ ରୁ ଆରମ୍ଭ ହୋଇଥିବା କଟା ରାଶି ଶିକ୍ଷକ ମାନଙ୍କ ବ୍ୟକ୍ତିଗତ NPS ଆକାଉଣ୍ଟ୍ରେ ପ୍ରବେଶ କରୁନାହିଁ ବୋଲି ଅଭିଯୋଗ ଉଠିଛି। ଏହାକୁ କେନ୍ଦ୍ର କରି ଡେରାବିଶ ଶିକ୍ଷକ ସଂଘରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେମାନେ କହିଛନ୍ତି । ପେନସନ ଯୋଜନାରେ ଦରମାରୁ ଟଙ୍କା କଟିଲେ, ସେଥିର ପୁଞ୍ଜି ସମ୍ବନ୍ଧିତ ଆକାଉଣ୍ଟରେ ଦେଖାଯିବା ଦରକାର। କିନ୍ତୁ ପ୍ରତିମାସ ୧୦% କଟିଥିବା ସତ୍ୱେ, ଆମର NPS ଆକାଉଣ୍ଟରେ ଶୂନ୍ୟ ବାଲାନ୍ସ ଦେଖାଯାଉଛି। ଶିକ୍ଷକ ମାନଙ୍କ ଅଭିଯୋଗ, ଏହା ଭବିଷ୍ୟତ ସୁରକ୍ଷା ଉପରେ ସିଧାସଳଖ ଆଘାତ। ସେମାନେ ଶିକ୍ଷା ବିଭାଗରୁ ଶୀଘ୍ର ପଦକ୍ଷେପ ନେଇ ଏହି ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ, ବିଭାଗୀୟ ମହଳରୁ ଏହାକୁ ଟେକ୍ନିକାଲ୍ ତ୍ରୁଟି ବୋଲି ସୂଚନା ମିଳିଥିବା ସତ୍ୱେ, କେବେ ସମାଧାନ ହେବ ବୋଲି ସ୍ପଷ୍ଟତା ମିଳିନାହିଁ। ସ୍ଥାନୀୟ ଶିକ୍ଷକ ସଂଘ ସଚେତାବନୀ ଦେଇଛନ୍ତି ଯଦି ଶୀଘ୍ର NPS ଆକାଉଣ୍ଟରେ ଟଙ୍କା ଜମା ନହୁଏ ତେବେ ସେମାନେ ଆନ୍ଦୋଳନରେ ଓଲ୍ହାଇବେ ।
Sign in
Sign in
Recover your password.
A password will be e-mailed to you.