ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ସ୍ଥିତ କଲ୍ୟାଣ ମଣ୍ଡପ ଏବଂ ଆଙ୍କୁଲା ଗ୍ରାମପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି।ବାଲୁଗାଁ ସହ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଉଭୟ ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ,ସମିତି ସଭ୍ୟ,ୱାର୍ଡ ସଦସ୍ୟ/ସଦସ୍ୟା,ଟ୍ରେଡ ୟୁନିଅନ ପ୍ରତିନିଧି,ନିଯୁକ୍ତି ଦାତା/ଠିକାଦାର ପ୍ରମୁଖ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଅଧିକ ଶ୍ରମିକ ତଥା ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଗୁଡିକରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଆଇନରେ ଥିବା ପ୍ରାବଧାନ ସମ୍ପର୍କରେ ସଚେତନ କରାଯାଇଥିଲା।ସମସ୍ତ ଅଂଶଗ୍ରହୀ ମାନଙ୍କ ପାଇଁ ଟିଫିନ୍ ପ୍ୟାକେଟର ବନ୍ଦୋବସ୍ତ କରାଯିବ ସହ ଚଣ୍ଡେଶ୍ୱର ସ୍ଥିତ ମା ବ୍ରାହ୍ମଣୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.