ବାସୁଦେବପୁର – ଗୁରୁବାର ଦିନ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁ ଙ୍କ ତତ୍ତ୍ଵାବଧାନରେ ଓଆଇସି ନଟବର ମଲ୍ଲିକ , ସୁମନ୍ତ କୁମାର ମହନ୍ତ, ଖଗେଶ୍ବର ଜେନା, ମନୋଜ କୁମାର ରଣା, ସୁଭଦ୍ରା ବାରିକ୍ ପଢ଼ୁଆଁ ଛକ ରେ ଜଗି ବସିଥିବା ବେଳେ କୁମାରପୁର ରାସ୍ତା ରେ ଜଣେ ବ୍ୟକ୍ତି ସୁଧାଂଶୁ ଶେଖର ସାହୁ ଏକ ଧଳା ଜରି ବସ୍ତା ରେ ଚାରି କିଲୋ ୫୦୦ ଗ୍ରାମ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରି ଛନ୍ତି। କେସ ନମ୍ବର ୧୧୮/୨୫-୨୬ ରେ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି। ସେହିପରି ପଦ୍ମପୁର ଆଡୁ ଆସୁଥିବା ବେଳେ ବେକ ମୁଡ଼ି ଛକ ନିକଟ ରେ ଜଣେ ବ୍ୟକ୍ତି ଗଞ୍ଜେଇ ନେଇ ଯାଉ ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଅଟକାଇ ବାଇକ ସହ ତିନି କିଲୋ ଗଞ୍ଜେଇ ଜବତ କରା ଯାଇଛି। ଅଭିଯୁକ୍ତ ବିଜୟ କୁମାର ସାହୁ ଙ୍କୁ କେଶ ନମ୍ୱର୍ ୬୯/୨୫_୨୬ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.