ରାଜ୍ୟରେ ଚାଷୀଙ୍କ ସ୍ଥିତି ଦୟନୀୟ

0

ନିରୋଳା ଚାଷରୁ ଓଡ଼ିଶା ଚାଷୀ ପରିବାରର ମାସିକ ହାରାହାରି ଆୟ ମାତ୍ର ୧୪୦୭ ଟଙ୍କା

ଅନ୍ୟାନ୍ୟ ରୋଜଗାରକୁ ମିଶାଇଲେ ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ୪୯୭୬ ଟଙ୍କା 

ଭୁବନେଶ୍ୱର, ୧୪ା୧୨: ନିରୋଳା ଚାଷରୁ ଓଡ଼ିଶାରେ ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ମାତ୍ର ୧୪୦୭ ଟଙ୍କା । ଅନ୍ୟାନ୍ୟ ରୋଜଗାରକୁ ମିଶାଇଲେ ଆମ ରାଜ୍ୟର ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ୪୯୭୬ ଟଙ୍କା । ଚାଷୀ ପରିବାରର ମାସିକ ଆୟ ପରିମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜାତୀୟ ନମୁନା ସର୍ବେକ୍ଷଣ ୭୦ତମ ପରିକ୍ରମାର ଆକଳନ ଆଧାରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ । 

ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ନିରୋଳା ·ଷରୁ ପ୍ରତି ·ଷୀ ପରିବାରର ମାସିକ ହାରାହାରି ଆୟ ପଞ୍ଜାବରେ ୧୦,୮୬୨ ଟଙ୍କା ଥିବା ବେଳେ ଏହା ହରିଆନାରେ ୭,୮୬୭, ମହାରାଷ୍ଟ୍ରରେ ୩,୮୫୬, କେରଳରେ ୩,୫୩୧, ରାଜସ୍ଥାନରେ ୩,୧୩୮ ଓ ଗୁଜରାଟରେ ୨,୯୩୩ ଟଙ୍କା ରହିଛି । ସର୍ବଭାରତୀୟ ସ୍ତରରେ ନିରୋଳା ଚାଷରୁ ଚାଷୀ ପରିବାରର ମାସିକ ହାରାହାରି ଆୟ ୩,୦୮୧ ଟଙ୍କା ଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ଢେର୍ ପଛରେ ପଡ଼ିଛି । 

ନିରୋଳା ଚାଷ ସମେତ ଅନ୍ୟାନ୍ୟ ସୂତ୍ରରୁ ପ୍ରତି ଚାଷୀ ପରିବାରର ମାସିକ ହାରାହାରି ଆୟ ପଞ୍ଜାବରେ ୧୮,୦୫୯ ଟଙ୍କା ଥିବା ବେଳେ ଏହାର ପରିମାଣ ହରିଆନାରେ ୧୪,୪୩୪, କେରଳରେ ୧୧,୮୮୮, ଗୁଜରାଟରେ ୭,୯୨୬, ମହାରାଷ୍ଟ୍ରରେ ୭,୩୮୬, ରାଜସ୍ଥାନରେ ୭,୩୫୦ ଓ ତାମିଲନାଡୁରେ ୬,୯୮୦ ଟଙ୍କା ରହିଛି । ସର୍ବଭାରତୀୟ ସ୍ତରରେ ଏହି ପରିମାଣ ୬,୪୨୬ ଟଙ୍କା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ୱୀକାର କରିଛନ୍ତି । କୃଷି ଭିତ୍ତିକ ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠାତା  ଉପରେ ସରକାର ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ଯେପରି ୧୫ହଜାର ଟଙ୍କାରୁ ଅଧିକ ହୋଇପାରିବ ସେ ଦିଗରେ ବାସ୍ତବାଭିମୁଖୀ ଯୋଜନା ରୂପାୟନ କଲେ ଓଡ଼ିଶା ଦେଶର ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ହୋଇଥିବା ବେଳେ ରାଜ୍ୟରେ କୃଷକ ପରିବାରଙ୍କ ହାରାହାରି ଆୟ ଉଦ୍ବେଜନକ ସ୍ଥିତିରେ ଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ଏ ପ୍ରସଙ୍ଗରେ ଚିନ୍ତା କରିବାକୁ ସେ ନିବେଦନ କରିଛନ୍ତି । 

 

Leave A Reply

Your email address will not be published.