ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ପ୍ରଧାନ ମନ୍ତ୍ରୀ ଜନ୍ମ ଦିନରେ ମାଆ ଏବଂ ମାଟିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ସବ୍ କଲେକ୍ଟର୍ ଟୁଲୀୟାମା ପ୍ରଧାନ, ବେଲଗୁଣ୍ଠା ଏବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ଗାଙ୍ଗପୁର ସମିତିସଭ୍ୟ ପ୍ରତିନିଧି ଅର୍ଜ୍ଜୁନ ବିଷୋୟୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିବାବେଳେ ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ବହୁ ମହିଳା ଏବଂ ପୁରୁଷ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମଧ୍ୟ ଅତିଥି ରୂପେ ଆସିଷ୍ଟାଣ୍ଟ ସବ୍ କଲେକ୍ଟର୍ ଶ୍ରୀମତୀ ପ୍ରଧାନ ଏବଂ ଏବିଡ଼ିଓ ଶ୍ରୀ ମନ୍ତ୍ରୀ ଯୋଗ ଦେଇଥିଲେ I ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ସବିତା ବେହେରା ଏବଂ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସେହିପରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଦିଗଦର୍ଶନରେ ତଥା ଅଧ୍ୟାପକ ଭବାନୀ ଶଙ୍କର ,ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରୋଭର ଲିଡର ପି ଦିପକ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଯୁବ ରେଡ଼କ୍ରସ ମହିଳା ଶାଖାର ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ, ଯୁବ ରେଡ଼କ୍ରସ ସହ ଉପଦେଷ୍ଟା ଅଧ୍ୟାପକ ସୌମେନ୍ଦୁ ପଣ୍ଡା, ରେଞ୍ଜର ଲିଡର ଅଧ୍ୟାପିକା ଜୟଶ୍ରୀ ସେଠି, ପ୍ରଶାସନିକ ଅଧିକ୍ଷକ ଅଧ୍ୟାପକ ତ୍ରିନାଥ ବେହେରା,ଏକାଡେମୀକ ସଂଯୋଜିକା ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଅଧ୍ୟାପିକା ସୁନିତା ଦଳବେହେରା ଏବଂ ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସହ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ I ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଗିରିଧର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉଦ୍ୟାନ ବିଭାଗ ସହ ନିର୍ଦ୍ଦେଶିକା ଇତିଶ୍ରୀ ପ୍ରିୟଦର୍ଶିନୀ ଏବଂ ସମ୍ମାନିତ ଅତିଥି ରୂପେ ଆସିଷ୍ଟାଣ୍ଟ ଉଦ୍ୟାନ ବିଭାଗ ଅଧିକାରୀ ଓମ୍ ପ୍ରକାଶ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସେହିପରି ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନାରେ,ବନପାଳ ଶଙ୍କର୍ଷଣ ଗୌଡ଼ଙ୍କ ତତ୍ତ୍ୱାବଧାନରେ ବନ ବିଭାଗ କାର୍ଯ୍ୟାଳୟରେ, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏବଂ ସୋଡଙ୍ଗି ଗ୍ରାମରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁରୂପ ଭାବେ ବେଲଗୁଣ୍ଠା ଥାନାରେ ଥାନା ଅଧିକାରୀ ରେବତୀ ଶବରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବିପଦର ବନ୍ଧୁ ସଦସ୍ୟ,ଏସ୍ଆଇ ଅଭୟ କୁମାର ପ୍ରଧାନ, ବିଶ୍ୱରଞ୍ଜନ ନାୟକ, ଅଜୟ,ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ, ଅନୁ ମଲ୍ଲିକ, ପ୍ରମୋଦ ଚେଟି,ସାମ୍ବାଦିକ ତୋଫାନ କୁମାର ସାହୁ, ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ତନରଡା ବୃଦ୍ଧାଶ୍ରମର ବହୁ ଅନ୍ତେବାସୀ ମଧ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ

Leave A Reply

Your email address will not be published.