ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ

3

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀ ଡ. ନିଲାଞ୍ଜନ ଦାସଙ୍କ ନେତୃତ୍ୱରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏ ଅଭିଯାନ ପାଇଁ ନାମ ପଞ୍ଜିକୃତ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ସ୍ବତନ୍ତ୍ର ପଞ୍ଜିକରଣ କୋଠରୀର ଉଦଘାଟନ କରିଛନ୍ତି । ଡ. ପ୍ରଣତୀ ଶର୍ମାଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ବୁଧବାର ୧୭ ତାରିଖରୁ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମଟି ଆସନ୍ତା ୨୨ ତାରିଖରେ ସମାପିତ ହେବ। ଏହି ଉପଲକ୍ଷେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ମେଗା ହେଲଥ କ୍ୟାମ୍ପରେ ସମ୍ ଅଲଟିମେଟ ହସ୍ପିଟାଲ ଭୁବନେଶ୍ବରରୁ ଶୈଲ୍ୟ ବିଭାଗ ଡା. ସୋନାଲୀ ମହାନ୍ତି, ଗାଷ୍ଟ୍ରୋ ସାଇନ୍ସ ଏବଂ ହେପାଟୋଲୋଜି ବିଭାଗର ବରିଷ୍ଠ ଡ଼ାକ୍ତର ଦେବ କାନ୍ତ ମିଶ୍ରଙ୍କ ଉପସ୍ଥିତିରେ ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଓଡ଼ଗାଁ ଅଞ୍ଚଳର ମହିଳାମାନେ ବର୍ତ୍ତମାନ ଠାରୁ ସେମାନଙ୍କ ନାମ ପଞ୍ଜିକୃତ କରି ୨୨ ତାରିଖରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିନେବା ପାଇଁ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ କୁହାଯାଇଛି ।

Leave A Reply

Your email address will not be published.