ଭୁବନେଶ୍ୱରରେ ହତ୍ୟାକରି ଘଟଗାଁରେ ପୋତିଥିଲା

3

ଦୀର୍ଘ ୧୨ଦିନ ପରେ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ମୃତଦେହ ଘଟଗାଁରୁ ମିଳିଲା।       

କେନ୍ଦୁଝର,ତା୧୭/୯- ଖୋର୍ଦ୍ଧା ପିଚୁକୁଳି ଅଂଚଳର ଦୁର୍ଯୋଧନ ସାହୁ ଏତଲା ଦେଇଥିଲେ କି ତାଙ୍କର ୨୫ ବର୍ଷୀୟା ଝିଅ ଶୁଭମିତ୍ରା ସାହୁ ଚଳିତ ମାସ ୬ ତାରିଖ ସକାଳୁ ସୂର୍ଯ୍ୟନଗରକୁ ଡ୍ୟୁଟି କରିବାକୁ ଯାଇ ସନ୍ଧ୍ୟାରେ ଫେରିବା ବଦଳରେ ଘରଜୁ ଆଉ ଫେରି ନାହାନ୍ତି। ଝିଅ ପୋଲିସ ବିଭାଗରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟରତା ଥିଲେ। ତେଣୁ କମିଶନରେଟ ପୋଲିସ ପକ୍ଷରୁ ନିଖୋଜ ଝିଅର ସନ୍ଧାନ ଲାଗି କେହି ଖବର ସୂଚନା ଦେଲେ ପଚିଶ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ପୋଲିସ ବିଭାଗରେ କାର୍ଯ୍ୟ କରୁଥିବାରୁ ଏହା ପୋଲିସ ବିଭାଗ ଲାଗି ଚାଲେଞ୍ଜ ଥିଲା। ତେବେ ଝିଅର ବାପା ଜଣାଶୁଣା ଦୀପକ ରାଉତକୁ ଶୁଭମିତ୍ରା ବାବଦରେ ପଚାରିବାରୁ ସେ ସଠିକ ଉତ୍ତର ଦେଇ ନପାରିବାରୁ ସନ୍ଦେହ ବଢ଼ିଥିଲା। ଯାହା ଲାଗି ପୋଲିସ  ଶୁଭମିତ୍ରାଙ୍କ ମୋବାଇଲ କଲ ଡିଟେଲ ଦେଖି ପୂର୍ବରୁ ଅପରାଧୀ ଥିବା ଦୀପକକୁ ପଚରାଉଚରା କରିବାରୁ ସେ ଝିଅକୁ ହତ୍ୟାକରି ମାଆ ତାରିଣୀ ପୀଠ ନିକଟସ୍ଥ ରାଜା ବନ୍ଧ ପୋଖରୀ ନିକଟରେ ପୋତି ଦେଇଛି ବୋଲି ସ୍ବୀକାର କରିଥିଲା। ତେଣୁ କମିଶନରେଟ ପୋଲିସ ପକ୍ଷରୁ ହତ୍ୟାକାରୀ ଦୀପକକୁ ଆଜି ଆଣି ବନ୍ଧ ପାଖରୁ ଶୁଭମିତ୍ରାଙ୍କ ଗଳିତ ଶବ ଖୋଳି ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଦୀପକକୁ ଗିରଫ କରାଯାଇଛି ତେବେ ତାସହ ଏକାଧିକ ଲୋକ ଥିବା ସନ୍ଦେହ ହେଉଛି ସେମାନେ ଅଳ୍ପଦିନେ ଧରା ପଡ଼ିବେ ବୋଲି ସୂଚନା ମିଳିଛି। ମାଆ ତାରିଣୀ ପୀଠ ନିକଟରେ ଏପରି ଶବ ଉଦ୍ଧାର ନେଇ ଚାଞ୍ଚଲ୍ୟ ସୃଷ୍ଟି ହେଇଛି।

Leave A Reply

Your email address will not be published.