ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଓଡ଼ଗାଁରେ ବିଦ୍ୟୁତ୍ କାଟ୍ ପ୍ରଭାବ ଯୋଗୁଁ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ପ୍ରାୟ ୨୪ ଘଣ୍ଟା ଧରି ଓଡ଼ଗାଁକୁ ବିଦ୍ୟୁତ୍ ବିଛିନ୍ନ ରହିବା କାରଣରୁ ମଙ୍ଗଳବାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ଠପ୍ ହୋଇଯାଇଥିଲା । ସ୍ବଳ୍ପ କ୍ଷମତା ସମ୍ପନ୍ନ ଇନଭଟର ମାଧ୍ୟମରେ କେବଳ ଜରୁରୀକାଳିନ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ଇନଭଟର ଗୁଡ଼ିକୁ ଅନ୍ୟ କୈାଣସି କାର୍ଯ୍ୟ ପାଇଁ ବ୍ୟବହୃତ କରାଯାଇନଥିଲା ।ବୁଧବାର ୧୭ ତାରିଖ ଠାରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ସାମୁହିକ ଚାରା ରୋପଣ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ଲାଇନ୍ ବିଭାଗ ଗୁଡିକର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ମାନେ ହାତଯୋଡି ବସିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିଲା। କେବଳ ଆଜି ନୁହେଁ ପ୍ରାୟ ସବୁବେଳେ ଏପରି ଘଟୁଥିବାରୁ ବିକାଶ ବାଧାପ୍ରାପ୍ତ ହେଉଥିବା ନିତିଦିନିଆ ଘଟଣାରେ ପରିଣତ ହେଲାଣି।
Sign in
Sign in
Recover your password.
A password will be e-mailed to you.