ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ପାଇଲିପଡ଼ା ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସ ମନ୍ତ୍ରୀ, ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସମିତିସଭ୍ୟ କେ ରବୀନ୍ଦ୍ର ପାତ୍ର, ସରପଞ୍ଚ ସଲୀଳା ମହାରଣା,ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନ ,ଏବିଇଓ ପ୍ରତିଭା ରଥ,ରାଜସ୍ୱ ନୀରିକ୍ଷକ ,ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ I ଆଜି ମୋଟ ୧୫୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା I ଏହି ଅଭିଯୋଗ ଶୁଣାଣି ଶିବିରରେ ଭତ୍ତା, ସୁଭଦ୍ରା ଯୋଜନା,ରାସନ୍ କାର୍ଡ୍,ଜଳ ସେଚନ,ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା I ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ପର୍ଯ୍ୟାୟ କ୍ରମେ ସେଗୁଡ଼ିକର ସମାଧାନ କରାଯିବ ବୋଲି ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.