ଆତର୍କିତ ଆକ୍ରମଣ, ଗୁରୁତର ପୂଜକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ।

2

(ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ) ଗଞ୍ଜାମ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ମନ୍ଦିର ର ପୂଜକ ଗୋପିନାଥ ରଣା କୁ କିଛି ଯୁବକ ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୂଜକ ଗୋପିନାଥ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛି। ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ତାରାତାରିଣୀ ଛକ ରେ ଗୋପିନାଥ ବସିଥିବା ବେଳେ ହଠାତ୍ କିଛି ଯୁବକ ଆସି ତାକୁ ବିଭିନ୍ନ ମାରଣାସ୍ତ୍ର ରେ ହାଣି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବା ବେଳେ କିଛି ସ୍ଥାନୀୟ ଲୋକେ ତାକୁ ପ୍ରଥମେ ଭାଟକୁମରଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.