ଭୁବନେଶ୍ୱର, ସେପ୍ଟେମ୍ବର ୧୩: ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ଔଷଧ ପ୍ରସ୍ତୁତକାରୀ ଏବଂ ଗବେଷଣା କେନ୍ଦ୍ର ସମ୍ ଲାଇଫ୍ସାଇନ୍ସେସ୍ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରିମୋଟ ମୋଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ଶିଳ୍ପାଂଚଳଠାରେ ସ୍ଥାପିତ ହେବାକୁ ଯାଉଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ସମ୍ ଲାଇଫ୍ସାଇନ୍ସେସ୍ ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ୨୭ଟି ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ସମ୍ ଲାଇଫସାଇନ୍ସେସ୍ ପକ୍ଷରୁ ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶରେ ଗୋଠପାଟଣା ଠାରେ ଏହି ଫାର୍ମା ପ୍ରକଳ୍ପ ଆରମ୍ଭ ହେବ । ଏହି ପ୍ରକଳ୍ପରେ ୧୨୮୦ ଜଣକୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ଏବଂ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ବିଭିନ୍ନ ଶିଳ୍ପକ୍ଷେତ୍ରର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ଓଡ଼ିଶା କୃଷି ମହାବିଦ୍ୟାଳୟ ପରିସରରେ ତଥା ଗୋଠପାଟଣା ଠାରେ ସମ୍ ଲାଇଫ୍ସାଇନ୍ସେସ୍ର ବିଭିନ୍ନ କର୍ମକର୍ତା ଉପସ୍ଥିତ ଥିଲେ । ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉଚ୍ଚମାନର ତଥା ସ୍ୱଳ୍ପ ମୂଲ୍ୟର ବିଭିନ୍ନ ଔଷଧ ଓ ଟୀକା ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ ।
Sign in
Sign in
Recover your password.
A password will be e-mailed to you.