ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଲିଙ୍ଗା ଗ୍ରାମ ର ରାସ୍ତା , ପୋଲ ଓ ପାଇବା ପାଣି ବିଷୟରେ ଗ୍ରାମବାସି ଙ୍କ ସହ ଆଲୋଚନା କଲେ ପାରଳାଖେମୁଣ୍ଡି ବିଧାୟକ ରୁପେସ ପାଣିଗ୍ରାହୀ , ଏହି ରାସ୍ତା ହେଲେ ପ୍ରାୟ ବାଇଝାଲ , ବାଡ଼ିଡି , ସରକୁନ , ରୁଇସିଂ ମାଡଉଲ ପିନ୍ଦାଉଲ୍ , ରିଇଶିଂ ଗ୍ରାମ କୁ ସଂଯୋଗ ହୋଇ ପ୍ରାୟ ୧୦ ହଜାର ଲୋକେ ସୁବିଧା ପାଇବା ସହ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯିବାପାଇଁ ସୁବିଧା ହେବବୋଲି ଗ୍ରାମବାସି ଜଣାଇଥିଲେ। ତାସହ ସେହି ଗ୍ରାମ କୁ ଏକ ନଳକୁଅ ର ଆବଶ୍ୟକ ଥିବା ନେଇ ଗ୍ରାମବାସି ଜଣାଇଥିଲେ।
ବିଧାୟକ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅତି ଶୀଘ୍ର ଏକ ନଳକୁଅ କରିବା ନେଇ ପ୍ରଶାସନ କୁ ଚିଠି କରି ଏକ ମାସ ମଧ୍ୟରେ ନିଶ୍ଚିତ ଏକ ନଳକୂଅ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ , ଦୀର୍ଘ ଦିନ ହେବ ଗ୍ରାମ ମୁଁହ ରେ ଥିବା ପୋଲ ଟି ମଧ୍ୟ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଜିଲ୍ଲାପରିଷଦ ସଭାପତି ଗବାରା ତିରୁପତି ରାଓ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ , ମସୁଲୁନ ରଇତ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.