ଓଡ଼ଗାଁ,୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏବଂ ଓଡ଼ଗାଁ ସମନ୍ବୀନ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୈାନ ଉତ୍ପୀଡନ ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ ଆଇନ-୨୦୧୩ ସମ୍ବନ୍ଧୀୟ ବ୍ଳକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ନୟାଗଡ଼ ସବ୍ ଡିଭିଜନ ପ୍ରକଳ୍ପ ଅଧିକାରୀ ସଞ୍ଜୁଲତା ପାଣିଗ୍ରାହୀ, ସୈାମ୍ୟ ରଞ୍ଜନ ଦାଶ, ବିଶ୍ଵ ପାନ୍ଥବୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଏବଂ ରଘୁନାଥ ମଲ୍ଲିକ ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ଯୈାନ ଉତପିଡନ ଭଳି ଯେକୌଣସି ଅବାଞ୍ଛିତ କାର୍ଯ୍ୟ ଯୈାନ ଉତ୍ପୀଡନ ଶାରୀରିକ, ମୈାଖିକ କିମ୍ବା ଅମୈାଖିକ ଆଚରଣକୁ ବୁଝାଇଥାଏ । କାର୍ଯ୍ୟ କ୍ଷେତ୍ରରେ ସରକାରୀ ସମ୍ପର୍କିତ ସଂସ୍ଥା, ଘରୋଇ କ୍ଷେତ୍ର ଏବଂ ଅସଂଗଠିତ କ୍ଷେତ୍ର ସଂସ୍ଥା ଗୁଡ଼ିକରେ ୧୦ଜଣରୁ ଅଧିକ ସଂଖ୍ୟାରେ ମହିଳା ଥିଲେ ଆଭ୍ୟନ୍ତରୀଣ କମିଟି ଗଠନ ଏବଂ ୧୦ ଜଣରୁ କମ୍ ଥିଲେ ସ୍ଥାନୀୟ କମିଟି ଗଠନ କରାଯାଇ ଅନେକାଂଶରେ ଏହାର ନିରାକରଣ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ । ଏହା ସହିତ ପଞ୍ଚାୟତରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ନେଇ ଉଦାହରଣ ସହ ଆଲୋଚନା କରାଯାଇଥିଲା ।ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଗଠନ କରାଯାଇଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରଧାନଶିକ୍ଷକମାନଙ୍କ ସମେତ ପ୍ରାୟ ୧୫୦ ଜଣ ସଦସ୍ୟ ମାନଙ୍କ ସହିତ ସିଆରସିସି ନରେଶ ପାଣିଗ୍ରାହୀ ଓ ଯଶୋବନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ ।ଓଡ଼ଗାଁ ସମନ୍ବୀନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲହଡ଼ିମାଳା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.