ସୋହେଲା ପୋଲିସ କୁ ବଡ ସଫଳତା : ଧରା ପଡିଲା ୬ ଲକ୍ଷ ଟଙ୍କା ର କପ୍ ସିରଫ।

3

 

ପଦ୍ମପୁର :- ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରି ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରୁଛି। କିନ୍ତୁ ଏହାର ଚେର ରାଜଧାନୀ ରୁ ପଡ଼ୋଶୀ ଛତ୍ତିଶଗଡ଼ ପର୍ଯ୍ୟନ୍ତ ଲମ୍ବି ବ୍ୟବସାୟ ର କାୟା ବିସ୍ତାର କରିଛି। କିଛି ଦିନ ପୂର୍ବରୁ ପଦ୍ମପୁର ପୋଲିସ ପକ୍ଷରୁ ଚଢାଉ କରି ୧୦ ଲକ୍ଷ ଟଙ୍କାର କପ୍ ସିରଫ ସହ କାର୍ ଜବତ କରି ଆଠ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଆଜି ସୋହେଲା ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶରେ ପୋଲିସ୍ ର ଗୋଟିଏ ଟିମ୍ ସୋହେଲା – ବରପାଲି ରାସ୍ତାରେ ମୋଟର ଗାଡି ଯାଞ୍ଚ କରୁଥିବା ବେଳେ ବରପାଲି ପଟରୁ ସୋହେଲା ଅଭିମୁଖେ ଆସୁଥିବା ଆର୍ଟିଗା କାର୍ ନଂ (ଓଡି ୧୭ ଭି ୬୧୧୧) କୁ ଅଟକାଇ ଯାଞ୍ଚ କରିଥିବା ବେଳେ ସେଥି ମଧ୍ୟରୁ ୭୫୦ ବୋତଲ ଏସ୍କଫ ସିରଫ ବାହାରି ଥିଲା। ତାହାକୁ ଜବତ କରିବା ସହ ବ୍ୟବହୃତ କାର୍ କୁ ଜବତ କରି ଚାରି ଜଣ ଅଭିଯୁକ୍ତ ରୁକ୍ମଣ କୁମ୍ଭାର, ଗଣେଶ ମେହେର, ଗୌରୀ ନାରାୟଣ ତ୍ରିପାଠୀ ଓ ଦୟାନିଧି ପରୁଆ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.