କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟ,:ବର୍ଦ୍ଧିତ ଭଡ଼ା ଓ ଚୁକ୍ତି ବିଳମ୍ବକୁ ନେଇ ଅଦାଲତରେ ମାମଲାର ରୁଜ୍ଜୁ,

3

ଓଡ଼ଗାଁ,୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟଟି ଭଡ଼ାଘରେ ଚାଲିଥିବା ବେଳେ ନୂତନ ଚୁକ୍ତି ସହିତ ବର୍ଦ୍ଧିତ ଘରଭଡାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଡ଼ାଇ ଚାଲିଥିବାରୁ ଏନେଇ ଗୃହ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଓଡ଼ଗାଁ ଦେଓ୍ବାନୀ ଅଦାଲତରେ ସିଭିଲ କେସ ୧୯୧/୨୫ ନମ୍ବରରେ ଏକ ମୋକଦ୍ଦମା ରୁଜ୍ଜୁ କରିଛନ୍ତି । ଘଟଣାରୁ ପ୍ରକାଶ କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା ଦୀର୍ଘବର୍ଷ ଧରି ଭଡ଼ାଘରେ ଚାଲିଥିବା ବେଳେ ଚୁକ୍ତିନାମା ୨୦୨୪ ନଭେମ୍ବର ୩୦ ତାରିଖରୁ ଶେଷ ହୋଇଯାଇଛି । ଘରଭଡ଼ା ବୃଦ୍ଧି ସହିତ ପୂନଃ ଚୁକ୍ତିପତ୍ର କରିବା ନେଇ ଘରମାଲିକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ନଦେଇ ପୂର୍ବ ନିର୍ଦ୍ଧାରିତ ଚୁକ୍ତି ଅନୁସାରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ, ସମସ୍ତ ଘରଭଡ଼ା ଦେଇଥିଲେ । ଏଥିରେ ଘରମାଲିକ ଅସନ୍ତୋଷ ପ୍ରକାଶ କରି ଘରଖାଲି କରିବା ପାଇଁ ନୋଟିସ କରିଥିଲେ । ହେଲେ ବ୍ୟାଙ୍କ ସମ୍ପାଦକ ଅଭୟ ପଟ୍ଟନାୟକ ଏଥି ନିମନ୍ତେ ୬ ମାସ ସମୟ ମାଗିଥିଲେ । ଏବଂ ସମୟ ମଧ୍ୟରେ କୌଣସି କାଗଜ ପତ୍ର କାର୍ଯ୍ୟ ନକରି ପୁନର୍ବାର ୨ ମାସ ସମୟ ମାଗି ନୂତ୍ତନ ଭଡ଼ା ଓ ଚୁକ୍ତିନାମାକୁ ଏଡ଼ାଇ ଚାଲିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଘରମାଲିକ କୋର୍ଟରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.